ଆଳୁ କିଲୋ ପ୍ରତି ୧୮ ଟଙ୍କା ଏବଂ ପିଆଜ କିଲୋପ୍ରତି ୨୩ ଟଙ୍କା ସୁଲଭ ମୂଲ୍ୟରେ ବିକ୍ରି ନିମନ୍ତେ ନିର୍ଦ୍ଦେଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଏବଂ ଜିଲ୍ଲାପାଳ, ଗଞ୍ଜାମଙ୍କ ନିର୍ଦ୍ଦେଶ କ୍ରମେ ଲକଡାଉନ ସମୟରେ ଅତି ଆବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀଙ୍କ ଉପରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛି । ଏଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୪ ଗୋଟି ଧରପଗଡ଼ ଦଳ ଗଠନ କରାଯିବା ସହିତ ଅତ୍ୟାବଶ୍ୟକ ଜିନିଷ ଯଥା ଆଳୁ ଓ ପିଆଜକୁ Fair Price Shop ସ୍ତରରେ ବିକ୍ରୟ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୈନିକ ଭିତ୍ତିରେ ଚଢ଼ାଉ ଜାରି ରହିଛି । ଆଳୁ ଓ ପିଆଜ ସମସ୍ତ ବ୍ଲକ ଏବଂ ସହରାଞ୍ଚଳ (ULB)ରେ ବିଭିନ୍ନ Fair Price Shop ମାଧ୍ୟମରେ ଆଜି ମେ ୬ ତାରିଖରୁ ଶୁଭଲ ମୂଲ୍ୟରେ ବଣ୍ଟନ କରାଯାଇଅଛି । ଆଜି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସୁଲଭ ମୂଲ୍ୟରେ ବିକ୍ରି କରିବା ସକାଶେ ୮୪ ଜଣ ବିକ୍ରେତାଙ୍କୁ ଦାୟିତ୍ୱ ଦିଆଯାଇଛି । ତନ୍ମଧ୍ୟରୁ ୨୫ ଜଣ ବିକ୍ରେତା ଆଜି ବିକ୍ରିବଟା କରିଛନ୍ତି । ଆଜି ଦିନରେ ହୋଲସେଲ ବିକ୍ରି ନିମନ୍ତେ ୬୩ କ୍ୱିଣ୍ଟାଲ ୧୦ କିଗ୍ରା ପିଆଜ ବିକ୍ରି ହୋଇଥିବା ସୂଚନା ମିଳିଛି । ସମୁଦାୟ ୨୮୦ ଜଣ ଗ୍ରାହକ ଆଳୁ କ୍ରୟ କରିଥିବା ବେଳେ ୧୨୩ ଜଣ ଗ୍ରାହକ ପିଆଜ କିଣିଛନ୍ତି । ବଜାର ଦର ଅନୁସାରେ ଆଳୁ କ୍ୱିଣ୍ଟାଲ ପ୍ରତି ୧୨୪୦ ଟଙ୍କା ଏବଂ ପିଆଜ କ୍ୱିଣ୍ଟାଲ ପ୍ରତି ୧୭୫୦ ଟଙ୍କା ହୋଲସେଲ ଦର ରହିଛି । ଗ୍ରାହକ ମାନଙ୍କୁ ଆଳୁ କିଗ୍ରା ପ୍ରତି ୧୮ ଟଙ୍କା ଏବଂ ପିଆଜ କିଗ୍ରା ପ୍ରତି ୨୩ ଟଙ୍କାରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବିକ୍ରି କରାଯାଇଥିବା ଗଞ୍ଜାମ ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଉମା ଶଙ୍କର ପତି ଜଣାଇଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି ।