ଗଜପତି ଗଂଜାମରେ ସର୍ବାଧିକ କ୍ଷତିକରି ତିତଲି ଚାଲିଗଲା, ପୁନଃରୁଦ୍ଧାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡାନିର୍ଦେଶ…

ଗଂଜାମ ଜଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଓଡ୍ରାଫ ଟିମ ପ୍ରସ୍ତୁତ ହେଉଛନ୍ତି ଉଦ୍ଧାର କାର୍ଯ୍ୟ ପାଇଁ 
ରାତିରେ ବାତ୍ୟାର ପ୍ରଭାବରେ ଜିଲ୍ଲାପାଳଙ୍କ ବଙ୍ଗଳାରେ ଗଛଗୁଡ଼ିକ ଭାଙ୍ଗିପଡ଼ିଛି 

ଭୁବନେଶ୍ବର:ତିତଲିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାରେ ତୁରନ୍ତ ପୁନରୁଦ୍ଧାର କର୍ଯ୍ୟ  ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଗଜପତି ଜିଲ୍ଲାକୁ ୨ଟି ଅଧିକ ଏନଡିଆରଏଫ ଟିମ ପଠାଯାଇଛି । ପୂର୍ବରୁ ନିୟୋଜିତ ଥିବା ଓଡ୍ରାଫ ଓ ଏନଡିଆରଏଫ ଟିମ କାର୍ଯ୍ୟ କରୁଛନ୍ତି । ଗଂଜାମ ଓ ଗଜପତି ଜଲ୍ଲାର ୧୧୧୨ଟି ଆଶ୍ରୟସ୍ଥଳରେ ୩ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଥିବା ଜିଲ୍ଲାରେ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି ଜିଲ୍ଲା ସର୍ବାଧିକ କ୍ଷୟକ୍ଷତି ହୋଇଥିବାରୁ କାର୍ଯ୍ୟତ୍ୱରାନ୍ୱିତ କରିବାପାଇଁ ଆଉଆଧିକ ଟିମ ପଠାଯାଇଛି । ତେବେ କୈଣସି ମୃତାହତ ଖବର ଆସିନାହିଁ । ଗଜପତି ଜିଲ୍ଲାରେ ଟେଲିକମୁନିକେଷନ ବ୍ୟାହତ ହୋଇଥିଲା, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସମାଧାନ ହୋଇଯାଇଛି । ଏହାସହ ବିଭିନ୍ନ ଜିଲ୍ଲାରେ ୩ଲକ୍ଷରୁ ଅଧିକ ଲୋକଙ୍କୁ ଉଭୟ ଜିଲ୍ଲାରେ ଆଶ୍ରୟସ୍ଥଳରେ ରଖାଯାଇଛି । ଗଜପତି ଜିଲ୍ଲାରେ ରାସ୍ତା ଉପରେ ପଡିଥିବା ଗଛକୁ ସଫା କରାଯାଇଛି। ବଂଶଧରା ନଦୀର ଜଳ ସ୍ତର ବଢିବାର ଲାଗିଛି । ବାତ୍ୟା ଦୁର୍ବଳ ହୋଇଥିଲେ ବି ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେଣୁ ଆଗକୁ ବନ୍ୟା ସ୍ଥିତି ଉପୁଜିପାରେ। କୋମୋନା ବ୍ଲକରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଛି । ଜଗତସିଂହପୁର ଓ ଗଞ୍ଜାମରେ ୨୦୦ ମିଲିମିଟରରୁ ଉର୍ଦ୍ଧ୍ବ ବର୍ଷା ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ  । ଏଥିସହିତ ଓଡ୍ରାଫ ଟିମ ଏବେ ବିଭିନ୍ନ ସ୍ଥାନରେ ଭାଙ୍ଗିପଡିଥିବା ଗଛ କାଟି ରାସ୍ତା ସଫାକରିଛନ୍ତି । ଓଡ୍ରାଫ ଟିମ ବାତ୍ୟା ସମୟରେ ଏକ କିଛି ମତ୍ସଜୀବୀଙ୍କୁ ସମୁଦ୍ରରୁ ଉଦ୍ଧାର କରିଛି ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି । ଯୁଦ୍ଧକାଳୀନଭିତ୍ତିରେ ଏହିସବୁ କାର୍ଯ୍ୟ ସମ୍ପର୍ଣ୍ଣ କରିବାକୁ କୁହାଯାଇଛି । ଆମ ଛତ୍ରପୁର ପ୍ରତିନିଧି ଜଣାଇଛନ୍ତି ଗଂଜାମ ଜଲ୍ଲାରେ ପୁନଃଉଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାପାଳଙ୍କ ଅଫିସ ଆଗରେ ଭାଙ୍ଗି ପଡିଥିବା ବୃକ୍ଷ କାଟି ସଫାକରାଯାଇଛି । ଛତ୍ରପୁରରୁ ବ୍ରହ୍ମପୁର ଓ ଗୋପାଳପୁରରୁ ବ୍ରହ୍ମପୁର ରାସ୍ତାରେ ପଡିଥିବା ବଡ଼ ବଡ଼ ଗଛଗୁଡ଼ିକୁ ଓଡ୍ରାଫ ଟିମ ପହଞ୍ଚି ସଫା କରିଦେଇଛନ୍ତି । ଫଳରେ ଯାତାୟାତର ସୁବିଧା ହୋଇପାରିଛି । ଦେଖନ୍ତୁ କିଛି ଫୋଟ…     

ଜିଲ୍ଲାପାଳଙ୍କ ବଙ୍ଗଳା ପାର୍ଶ୍ଵର ଭାଙ୍ଗିପଡିଥିବା ଗଛଗୁଡ଼ିକୁ ସଫା କରାଯାଉଛି 
ଗଛପଡ଼ି ଜାତାୟତ ବନ୍ଦ ହୋଇ ଯାଇଥିବା ଗଛଗୁଡ଼ିକୁ ସଫା କରାଯାଉଛି 

ଆମ ପ୍ରତିନିଧି ମଧ୍ୟ ପୁନଃରୁଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ଦେଖନ୍ତୁ ଭିଡ଼ିଓ 

ଆମ ଢେଙ୍କାନାଳ ପ୍ରତିନିଧି ଜଣାଇଛନ୍ତି ବାତ୍ୟା ପରେ ଢେଙ୍କାନାଳର ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ପୁରା ପ୍ରସ୍ତୁତ ପୁନଃରୁଦ୍ଧାର କରିବା ପାଇଁ 

One thought on “ଗଜପତି ଗଂଜାମରେ ସର୍ବାଧିକ କ୍ଷତିକରି ତିତଲି ଚାଲିଗଲା, ପୁନଃରୁଦ୍ଧାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡାନିର୍ଦେଶ…

  1. Thanks CM sir for your in time support that’s why you on lime light till now & also people those who have involved such a (god)s work thanks a lot.

Comments are closed.