କୌନ ବନେଗା କରୋଡ ପତିରେ ଭାରତୀୟ ହକି ଟିମ

ଭୁବନେଶ୍ୱର : ନଭେମ୍ବର ୨୮ରୁ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜନ ହେବାକୁ ଯାଉଛି । ଏହା ଏକ ଗୌରବର ବିଷୟ ଯେ ଭାରତୀୟ ହକି ଦଳ ବିଶ୍ୱର ଶ୍ରେଷ୍ଠ ୫ ଗୋଟି ହକି ଦଳ ମଧ୍ୟରେ ସ୍ଥାନ ପାଇଛି । ଏହି ପରିପେକ୍ଷୀରେ ଭାରତୀୟ ହକି ଦଳକୁ ଉତ୍ସାହିତ କରିବା ଉଦେଶ୍ୟରେ ଆସନ୍ତା କଲି ଅକ୍ଟୋବର ୧୨ତାରିଖରେ ସୋନି ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ କୌନ ବନେଗା କରୋଡ ପତିରେ ଭାରତୀୟ ହକି ଦଳ ଉପସ୍ଥିତ ହେବେ । ଏହି ଅବସରରେ ଭାରତୀୟ ହକି ଦଳକୁ କେବିସି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ ଜଣାଉଛନ୍ତି ଆମ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ହକିର ବିକାଶ କ୍ଷେତ୍ର ହେଉଛି ଓଡିଶା । ବିଶେଷ କରି ଓଡିଶାର ଆଦିବାସୀ ଅଞ୍ଚଳରେ ହକି ବହୁତ ଲୋକପ୍ରିୟ । ଓଡିଶା ତଥା ଭାରତବାସୀଙ୍କ ହୃଦୟ ହକି ପାଇଁ ସ୍ପନ୍ଦିତ ହେଉଥିବାବେଳେ ସୋନି ଟିଭିରେ ବିଗ ବି ଅମିତାଭ ବଚ୍ଚନଙ୍କ ଉପସ୍ଥାପନାରେ ଅନୁଷ୍ଠିତ ହେଉଥିବା କୌନ ବନେଗା କରୋଡ଼ପତିରେ ଭାରତୀୟ ହକି ଦଳ ଉପସ୍ଥିତି ଏକ ଉଲ୍ଲସିତ ମୁହୂର୍ତ୍ତ । ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଅକ୍ଟୋବର ୧୨ ତାରିଖ ରାତି ୯ଟା  ସମୟରେ ସୋନି ଟିଭିରେ ଦେଖିବାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି ।