ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା(ସମୃଦ୍ଧଓଡିଶା)ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଆନୁକୂଲ୍ୟରେ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ଦିନ ସ୍ଥାନୀୟ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏଥିପାଇଁ ଅନୁଷ୍ଠାନର ଉପସଭାପତି ଉପେନ୍ଦ୍ର କୁମାର ନାୟକ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ର ଙ୍କ ଆବାହକତ୍ଵ ରେ ସେକ୍ଟର ୩ ଖଡ୍ଗ ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଆସନ୍ତା ମାର୍ଚ୍ଚ ୩ ତାରିଖରେ ମହାସଭାର ରାଜ୍ୟ ସମ୍ମିଳନୀ ରାଉରକେଲା ଠାରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟଙ୍କ ଅଧ୍ୟକ୍ଷତାରେ ୧୧ ଜଣିଆ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇଥିଲା। ଏହି କମିଟିରେ ସର୍ବଶ୍ରୀ ଜୁଏଲ ଓରାମ , ସରୋଜ ସିଂହ, ସୁବ୍ରତ ତରାଇ, ଉପେନ୍ଦ୍ର ନାୟକ, ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ, ଉତ୍ତମ ଚରଣ ସାମଲ , ଜଗନ୍ନାଥ ରାଉତ ପ୍ରମୁଖ ରହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ମହାସଭାର ରାଜ୍ୟ ସଭାପତି ସରୋଜ କୁମାର ସିଂହ, ବିଶିଷ୍ଟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ ରାଉତରାୟ, ପ୍ରାକ୍ତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ସାଂସଦ ଐର ଖାରବେଳ ସ୍ବାଇଁ ଓ ସମ୍ମାନିତ ବକ୍ତା ଭାବେ ଡ ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟର ବିଭନ୍ନ ଜିଲ୍ଲାରୁ ଶତାଧିକ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ଦିନ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ପ୍ରତୀକ ବାରହାତ ଖଣ୍ଡା ସହର ପରିକ୍ରମା କରିବ ବୋଲି ଜଣାପଡିଛି। ଏହି ବୈଠକରେ ଅତିଥି ମାନେ ରହିବା ଓ ଖାଇବା ବନ୍ଦୋବସ୍ତ , ଶୃଙ୍ଖଳା, ସମନ୍ବୟ, ବିଭିନ୍ନ ଜିଲ୍ଲାର ଖଣ୍ଡାୟତ କ୍ଷତ୍ରୀୟ ଙ୍କୁ ନିମନ୍ତ୍ରଣ, ମହିଳା ମାନଙ୍କ ସହଭାଗିତା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାରମ୍ଭରେ ମହାସଭାର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ହରିହର ପ୍ରଧାନ ଙ୍କ ସହଧର୍ମିଣୀ ତଥା ବରିଷ୍ଠ ସଦସ୍ୟ ଭାନୁ ପ୍ରତାପ ପ୍ରଧାନ ଙ୍କ ମାତା ଜାନକୀ ପ୍ରଧାନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା ସହ ତାଙ୍କ ସମ୍ପର୍କରେ ଆଲୋଚନା କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଭୁ କୁମାର ପାତ୍ର, କରୁଣାକର ପାଟ୍ଟଶାଣୀ, କୁଞ୍ଜବିହାରୀ ରାଉତ, ଚକ୍ରାନ୍ତ ଜେନା, ବିପିନ ବିହାରୀ ସାମନ୍ତସିଂହାର, ଜଗନ୍ନାଥ ରାଉତ, ପ୍ରଶାନ୍ତ ଭୁଜବଳ,ସନ୍ତୋଷ ପ୍ରଧାନ, ରବିନାରାୟଣ ପରିଡ଼ା, ବସନ୍ତ ଜେନା, ଉଗ୍ରସେନ ବିଶ୍ବାଳ, ସସ୍ମିତା ପ୍ରଧାନ, ନୀଳମଣି ଜେନା, ଅବନୀ କୁମାର ବଳ,ଅଶୋକ ଜେନା, କିଶୋର କୁମାର ନାୟକ, ସୁଦର୍ଶନ ସାମଲ, ନାରାୟଣ ସାମଲ, ରାଧାଶ୍ୟାମ ପରିଡ଼ା, ବାବାଜୀ ଚରଣ ସ୍ବାଇଁ, ଚାନ୍ଦମଣୀ ବେହୁରା, ଅକ୍ଷୟ ଦାସ, ପ୍ରଭାସ ପ୍ରଧାନ, ସୁବ୍ରତ ମଲ୍ଲିକ, ସୁରେନ୍ଦ୍ର ନାଥ ଜେନା, ମୁକ୍ତିକାନ୍ତ ବିଶ୍ବାଳ, ହରିହର ଥାଟେଇ, ରାଜେନ୍ଦ୍ର ନାୟକ,ପି କେ ସ୍ବାଇଁ, ସଞ୍ଜୟ ମହାନ୍ତି, ମୁକ୍ତିକାନ୍ତ ବିଶ୍ବାଳ (ଖ), ଗଣେଶ ଜୟସିଂହ, ବନମାଳୀ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର