କ୍ୱାରେନଟାଇନ ସେଣ୍ଟର ଫାଟକ ଭାଙ୍ଗି ସୁରତ ଫେରନ୍ତାଙ୍କ ଫେରାର ଉଦ୍ୟମ…

ବେଗୁନିଆପଡା (ସମୃଦ୍ଧ ଓଡିଶା) ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୮୫ ଜଣ ସୁରତ ଫେରନ୍ତା ସଂଗରୋଧ ଗୃହରେ ରହିଥିବା ବେଳେ ବେଗୁନିଆପଡା ଜନତା ହାଇ ସ୍କୁଲରେ ୫୬ ଜଣ ରହିଥିଲେ । ହେଲେ ସେମାନଙ୍କ ଖାଇବା ଓ ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ଯୋଗୁଁ ଲୋକମାନେ ବିଭିନ୍ନ ପ୍ରକାର ଗାଲିଗୁଜବ କରିବା ସହ ଗେଟ ଡେଇଁ ଛତ୍ରଭାଙ୍ଗ ଦେଇ ଥିଲେ । ଦାଇତ୍ଵରେ ଥିବା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ସେମାନଙ୍କୁ ବୁଝାସୁଝା କରିବା ପରେ କିଛି ଲୋକ ଫେରି ଥିବା ବେଳେ ଆଉ କେତେକ ଗାଁକୁ ପଳାଇଛନ୍ତି । ତେବେ ଗ୍ରାମବାସୀମାନେ ସେମାନଙ୍କୁ ଗାଁରେ ପୁରାଇ ଦେଇ ନ ଥିବା ଫଳରେ ପୁଣି ସଂଗରୋଧ ଗୃହକୁ ଫେରୁଥିବା ଦେଖିବାକୁ ମିଳିଛି । ତଥାପି କିଛି ଲୋକ ଫେରି ନ ଥିବା ଜଣାପଡିଛି । ତେବେ କ୍ୱାରେଂଟିନରେ ଥିବା ପ୍ରବାସୀମାନଙ୍କ ଏଭଳି ବିଶୃଙ୍ଖଳା ଆଚରଣ କରୋନା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ରାଜ୍ୟ ସରକାର ଓ ପ୍ରଶାସନ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଦିନରାତି ଏକ କରି ଦେଇଥିବା ବେଳେ ସେମାନଙ୍କ ଆଚରଣ ସମସ୍ତଙ୍କୁ ବିପଦରେ ଛିଡା କରାଇବା । ତେବେ ଗଞ୍ଜାମରେ ଆଜି ଦୁଇ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ