କୋଭିଡ଼-୧୯ ପର୍ଯ୍ୟବେକ୍ଷକ ଭି.ଭି. ୟାଦବଙ୍କ ରାୟଗଡ଼ା ଗସ୍ତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ପାଇଁ ନିଯୁକ୍ତ କୋଭିଡ଼-୧୯ ପର୍ଯ୍ୟବେକ୍ଷକ ଭି.ଭି. ୟାଦବ ରାୟଗଡ଼ା ଗସ୍ତରେ ଆସିଛନ୍ତି । ଆଜି ପୂର୍ବନରେ ଶ୍ରୀ ୟାଦବ କୋରାପୁଟରୁ ସଡ଼କ ପଥରେ ରାୟଗଡ଼ା ଅଭିମୁଖେ ଆସି ମାଲିଗାଁ ସ୍ଥିତ ସଂଘରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ମାଲିଗାଁ ଓ ଆଳୁବାଡ଼ି ର ଶ୍ରମିକ ମାନଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ କରାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ୍ ସେଣ୍ଟରର ବ୍ୟବସ୍ଥା ସମ୍ପର୍କରେ ତଦାରଖ କରିଥିଲେ । ଏହାପରେ ଜେକେପୁର ସ୍ଥିତ କୋବିଡ଼-୧୯ ହସ୍ପିଟାଲ ଯାଇ ସେଠାର ବ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ । ଏହାପରେ ସେ ରାୟଗଡା ଫେରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି ଶର୍ବଣା ବିବେକ ଏମ୍ ଓ ଅନନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଓଡ଼ିଶା ଫେରନ୍ତା ପ୍ରବାସୀଙ୍କ ପାଇଁ ଜିଲ୍ଲାରେ କିପରି ରହିଛି କୋବିଡ଼ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ