କ୍ୟାରିୟର କାଉନସେଲିଂ ସେମିନାର ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର କଲେଜ)ର କ୍ୟାରିୟର କାଉନସେଲିଂ ସେଲ ପକ୍ଷରୁ ଓଡିଶା ନଲେଜ କର୍ପୋରେସନ (ଓକେସିଏଲ୍ ) ସହଯୋଗରେ ଏକ କ୍ୟାରିୟର କାଉନସେଲିଂ ସେମିନାର କଲେଜ ପରିସରରେ ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡଃ ମନୋରଞ୍ଜନ ପୁଥାଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ କେବଳ ସରକାରୀ ଚାକିରି ଉପରେ ଭରସା ନ କରି ନୂତନ ଟେକ୍ନୋଲୋଜିର ସଫଳ ବ୍ୟବହାର କରି କିଭଳି ଅନେକ ପ୍ରକାରର ରୋଜଗାର ଯୋଜନା କରିହେବ ସେ ନେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପୂର୍ବରୁ ଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତାଙ୍କୁ ଏହି ଅବସରରେ ମୂଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଓକେସିଏଲର ଜିଲ୍ଲା ମୁଖ୍ୟ ଶ୍ରୀମତି ଏସ୍ ରେଖା ମହାନ୍ତି, ଶିକ୍ଷା ଏଡୁଲିଙ୍କସର ଅନ୍ୟତମ ନିର୍ଦ୍ଦେଶକ ଶ୍ରୀକାନ୍ତ ମହାନ୍ତି, ଓକେସିଏଲର ଆଞ୍ଚଳିକ ପ୍ରବନ୍ଧକ ରାହୁଲ ମହାପାତ୍ର ପ୍ରମୁଖ କାର୍ଯକ୍ରମକୁ ପରିଚାଳନା କରିଥିଲେ । କାର୍ଯକ୍ରମକୁ ଛାତ୍ରୀମାନେ ଅତ୍ୟନ୍ତ ଉନ୍ନତ ଓ ଉପାଦେୟ ବୋଲି ସୂଚନା ଦେଇଛନ୍ତି । ଏହି ଅବସରରେ ଡଃ ପୁଥାଳ କଲେଜ ପାଠାଗାର ନିମନ୍ତେ ତିନିଗୋଟି ଉପାଦେୟ ପୁସ୍ତକ ପ୍ରଦାନ କରିଥିବାବେଳେ କଲେଜ ପକ୍ଷରୁ ଡଃ ପୁଥାଳଙ୍କୁ ପୁଷ୍ପଗୁଚ୍ଛ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ “ମହାବାହୁ” ପୁସ୍ତକ ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା