କ୍ରାନ୍ତି ଯୁବଛାତ୍ର ସଂଘ ପକ୍ଷରୁ ରକ୍ତଦାନ ଶିବିର…

ଛତ୍ରପୁର (ସମୃଦ୍ଧ ଓଡିଶା) ଦେଶର ଅନ୍ୟତମ କ୍ରାନ୍ତିକାରୀ ନେତା ସହିଦ୍‌-ଏ-ଆଜମ୍ ସର୍ଦ୍ଦାର ଭଗତ ସିଂଙ୍କ ସହିଦ୍ ଦିବସ ଅବସରରେ ଆଜି ଛତ୍ରପୁରର ଅଗ୍ରଣୀ ସଂଗଠନ କ୍ରାନ୍ତି ଯୁବଛାତ୍ର ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆୟୋଜିତ କରାଯାଇଥିଲା । କ୍ରାନ୍ତି ଯୁବଛାତ୍ର ସଂଘର ସଭାପତି ଇଜୁ ଆମିନ୍ ଖାନ୍‌ଙ୍କ ନେତୃତ୍ୱରେ ୭୩ ଜଣ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ପ୍ରାରମ୍ଭରେ ଶିବିରକୁ ଚିଫ୍ ଫାଇନାନ୍ସ ଅଫିସର କୁଳମଣୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭା ନେତା ଶଙ୍କର ଦାଶ, କେଶବ ନାହାକ, କାଳିଆ ରାଉଳ ପ୍ରମୁଖ ଉପସ୍ଥିତ ରହି ସହିଦ୍ ଭଗତ ସିଂଙ୍କ ତୈଳଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ । ସମାଜସେବୀ ରଶ୍ମିରଞ୍ଜନ ପଟ୍ଟନାୟକ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ଗଂଜାମ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଚିନ୍ମୟ ହୋତା, ଛାତ୍ରନେତା ବିକାଶ ପଶୁପାଳକ, କଂଗ୍ରେସ କମିଟିର ଛତ୍ରପୁର ବ୍ଲକ ସଭାପତି ଅବନୀ ଶତପଥୀ, ସିପିଆଇ ଯୁବନେତା ଚିଙ୍କରା ବେହେରା, ପରିବେଶ ସୁରକ୍ଷା ଜୀବନ ଜୀବିକା ମଞ୍ଚର ଆବାହକ ଗୁରୁଦେବ ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ କ୍ରାନ୍ତି ଯୁବଛାତ୍ର ସଂଘର ସାଧାରଣ ସଂପାଦକ ଜଲାଲ୍ ଖାନ୍‌, ବୀରେନ୍ ରାଉଳ, ଅଭିଷେକ ପଟ୍ଟନାୟକ, ଟି.ଗୋପାଲ ରାଓ, କେ.କବିତା, ବି.ଶିବା ପାତ୍ର, ଆକାଶ ଗୌଡ, ସୁମନ୍ ସେଠୀ, ଜଗନ୍ନାଥ ପ୍ରଧାନ, ସମିର ଗୌଡ, ବଳିଆ ବେହେରା, କେଦାର ଶଙ୍କର ରାଜୁ, ନାଭାଲ୍ ଓି୍ୱଂ କ୍ୟାପଟନ୍ ବିଶ୍ୱଜିତ୍ ବେହେରା, ଏନ୍‌ସିସି କ୍ୟାପଟନ୍ ଅଜିତ୍ ମିଶ୍ର, ମିଟୁ ବେହେରା, ଗୌର ପ୍ରସାଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।