କୋର୍ଟ ପରିସରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କୋର୍ଟ ପରିସରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ସିନିୟର ସିଭିଲ ଜର୍ଜ ମାନେ ରଞ୍ଜନ ରାୟ ଗାନ୍ଧିଜୀଙ୍କ ପ୍ର୍‌ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋର୍ଟର କ୍ୟାଡର ଏପିପି ରାଜେଶ କୁମାର ମିଶ୍ର, ଛତ୍ରପୁର ବାର ଆଶୋସିଏସନର ସଭାପତି ପ୍ରଦୀପ ପାଢୀ, ସମ୍ପାଦକ ଏଲ୍‌. ଗୋପାଳ ରାଓ, ସରକାରୀ ଆଇନଜୀବୀ ଡମିନାଥ ସାହୁ, ସୌରୀ ବେହେରା, ଶିବ ସାହୁ, ପ୍ରଭାତ ପଣ୍ଡା ଏବଂ ବିଭିନ୍ନ ନ୍ୟାୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା