କୋର୍ଟରେ ମାମଲା:ଲକ୍‌ଡାଉନ୍‌ବେଳେ ବିବାଦୀୟ ସ୍ଥାନରେ ଗୃହ ନିର୍ମାଣ…

ଜଳେଶ୍ୱର(ସମୃଦ୍ଧ ଓଡିଶା) କୋର୍ଟରେ ମାମଲା ବିଚାରାଧିନ ଥିବା ବେଳେ ଏବଂ କରୋନା ଭୟବହତା ଓ ଲକ୍‌ଡାଉନ୍ ସମୟରେ ଏକ ବିବାଦୀୟ ସ୍ଥାନରେ ଜବରଦସ୍ତ ଗୃହ ନିର୍ମାଣ ହୋଇ ଥିବା ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । କମର୍ଦ୍ଦା ଥାନା ଅନ୍ତର୍ଗତ ସିଆଁରୋଇ ଗାଁର ଗୌରାଙ୍ଗ ରାଜ ଦୂର ସ୍ଥାନରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପ୍ରତିପକ୍ଷ ବ୍ୟକ୍ତିମାନେ ତାଙ୍କ ସତ୍ୱକୁ ଅନଧିକାର ଭାବେ ଦଖଲ କରିଛନ୍ତି । ଏ ସଂପର୍କରେ କୋର୍ଟରେ ମାମଲା ଥିବା ଏବଂ କମର୍ଦ୍ଦ ଥାନାରେ ୨ଟି ମାମଲା ଥିବା ସତ୍ୱେ ମଣ୍ଟୁ ରାଜ, ଶ୍ରୀକାନ୍ତ ରାଜ, ରାମଚନ୍ଦ୍ର ରାଜ, ରବିନ୍ଦ୍ର ରାଜ, ତପନ ପାତ୍ର ଓ ଅନ୍ୟାନ୍ୟମାନେ ଗୌରାଂଙ୍କୁ ତାଙ୍କ ସତ୍ୱରୁ ବଂଚିତ କରି ଜବରଦସ୍ତ ଘର କରିଥିବାର ଗୌରାଙ୍ଗ ରାଜ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ପ୍ରତିପକ୍ଷ ତାଙ୍କୁ ମାରିଦେବାର ଧମକ୍ ଦେଉଥିବାରୁ ସେ ଘରକୁ ନ ଆସି ବାହାରେ ଲୁଚି ରହୁଛନ୍ତି । କର୍ତ୍ତୃପକ୍ଷ ତାଙ୍କୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା