କୋଟସାହି ଓ ଜମାଳପୁର ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା…

ଜଳେଶ୍ୱର/ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକସ୍ଥିତ କୋଟସାହି ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ଥିବା ୩୮ଜଣ ପ୍ରବାସୀ ଓଡିଆମାନେ ୧୪ଦିନ ରହିବା ପରେ ସରକାରଙ୍କ ନିୟମ ମୁତାବକ ଆଜି ତାଙ୍କୁ ବିଦାୟ ଦିଆଯାଇଥିଲା । କୋଟସାହି ପଞ୍ଚାୟତର ସରପଞ୍ଚ ମଞ୍ଜୁବାଳା ପ୍ରଧାନଙ୍କ ଦ୍ୱାରା ଆଜି ଅପରାହ୍ନ ୪ଘଂଟିକାରେ ସେମାନଙ୍କୁ ପୁଷ୍ପବୃଷ୍ଟି କରାଯାଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ସେମାନଙ୍କ ରହିବା ସମୟ ମଧ୍ୟରେ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଏହି ସମ୍ବର୍ଦ୍ଧନା ଉଊତ୍ସବରେ ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ନାଏବ ସରପଞ୍ଚ ତପନ କୁମାର ବେହେରା, ଅଙ୍ଗନୱାଡି କର୍ମ ସାଗରିକା ଦାସ ମହାପାତ୍ର, ସବିତା ପରିଡା, ଆଶାକର୍ମୀ ପୁଷ୍ପଲତା ଦାସମହାପାତ୍ର, କିରଣବାଳା ନାଥ, ସଂଗରୋଧ କେନ୍ଦ୍ରର ନୋଡାଲ ଅଫିସର ଦେବେନ୍ଦ୍ର କୁମାର ରାଜ, ସମାଜସେବୀ ରାଧାଶ୍ୟାମ ନାଥ, ଗୋପାଳ ଚନ୍ଦ୍ର ଦାସମହାପାତ୍ର, ଉଦ୍ୟୁତ କୁମାର ଦାସ ମହାପାତ୍ର, ରଂଜନ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଜମାଳପୁର ବିଶ୍ୱନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୪ଦିନ ସଂଗରୋଧରେ ଥିବା ୯୭ଜଣ ପ୍ରବାସୀଙ୍କ ମଧ୍ୟରୁ ୮୪ଜଣଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାୟାରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ତଥା ଜମାଜସେବୀ ପ୍ରବୀର କୁମାର ଦାସ ଉକ୍ତ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କୁ ସାଦଭକ୍ଷଣ କରାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ମହିଳାଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ସାମାଜିକ ଦୂରତା ରକ୍ଷା କରି ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଇଥିଲା । ଏଥିରେ ସମାଜସେବୀ ମଧୁ ସେନାପତି, ସପନ କୁମାର ଦାସ, ଆଇନ୍‌ଜିବୀ ବିନୋଦ କୁମାର ଗିରି, ଭଗିରଥି ପାଳ, ସୁଶାନ୍ତ ଦାସ, ସୁବାସ ବେହେରା, କିରଣ ବେହେରା, ମନୋରଂଜନ ଦଳାଇ, ତପନ ପାଣିଗ୍ରାହୀ, ରବୀନ୍ଦ୍ର ନନ୍ଦୀ, କାହ୍ନୁ ଚରଣ ପାଲ, କଳଧର ଭୂୟା. ଗ୍ରାମରକ୍ଷୀ ହରେନ୍ଦ୍ର ଜେନା, ସୁଦର୍ଶନ ଜେନା, ମହିଳା ସ୍ୱାସ୍ଥ୍ୟକର୍ମୀ ବିନତୀ ଟୁଡୁ, ଆଶାକର୍ମୀ ଅଞ୍ଜଳି ମହାଳିକ, କବିତା ନନ୍ଦୀ, ଏମବିକେ ସୁଜାତା ବାଣ, ନୋଡାଲ ଅଫିସର ପ୍ରବୀର ପ୍ରଧାନ ଓ ଫାର୍ମସିଷ୍ଟ ଅର୍ଜୁନ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା