କେଶପୁରାରେ ମତ୍ସ୍ୟଚାଷୀଙ୍କର ସଚେତନତା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର କେଶପୁରା ଗାଁରେ ବହୁ ମସ୍ୟଜିବୀ ଏବଂ ମତ୍ସ୍ୟଚାଷୀ ବାସ କରିଆସୁଛନ୍ତି । ସେମାନଙ୍କ ମଧ୍ୟରୁ ବହୁ ବ୍ୟକ୍ତି ସମୁଦ୍ରକୁ ଯାଇ ମାଛମାରିବା ସେମାନଙ୍କ ନିତିଦିନିଆ କାମ ହୋଇଥିବା ବେଳେ ଅନ୍ୟ କେତେକେ ମାଛଚାଷ କରି ଲାଭବାନ ହୋଇଥାନ୍ତି । ଗତବର୍ଷ ସମୁଦ୍ରରେ ଏକ ଡଂଗା ବୁଡିରେ ଏହି ଗାଁର ୨ଜଣ ମୃତ୍ୟୁବରଣ କରିଥିବାରୁ ସମସ୍ତଙ୍କୁ ସଚେତନ କରିବାଲାଗି ପାଇକସିଦା ପଂଚାୟତର ତ୍ରୀନାଥ ପିଏସିଏସ୍ ସଂସ୍ଥା ପକ୍ଷରୁ ଆଜି ପୂର୍ବାହ୍ନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପିଏସିଏସ୍ର ସଭାପତି ଅତୁଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସିଆଇଏଫଆଇଆଇର ନିର୍ଦ୍ଦେଶକ ବସନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଓ ବରିଷ୍ଠ ବୈଜ୍ଞାନୀକ ପ୍ରଣୟ କୁମାର ପରିଡା ମୁଖ୍ୟମନ୍ତା ଭାବେ ଯୋଗଦେଇ ମତ୍ସ୍ୟଚାଷୀ ଓ ମତ୍ସ୍ୟଜିବୀମାନଙ୍କୁ ବହୁତଥ୍ୟପୂର୍ଣ୍ଣ ସଚେତନତା କରାଇଥିଲେ । ଜିଲା ମତ୍ସ୍ୟ ଅଧିକାରୀ ଅମର କୁମାର ଦିକ୍ଷିତ ଏଥିରେ ଉପସ୍ଥିତ ହୋଇ ସୁବର୍ଣ୍ଣରେଖା ନଦୀ ପଟ୍ଟ ପରିବର୍ତ୍ତନ କରିଥିବାରୁ ପତିତଭାବେ ରହିଥିବା ସୁବର୍ଣ୍ଣରେଖା ପୁରାତନ ସ୍ରୋତ (କେଶପୁରା ନଦୀ) ଏବେ ଦଳ ଓ ଅପରିସ୍କାର ବର୍ଜ୍ୟବସ୍ତୁରେ ପୂର୍ଣ୍ଣ ହୋଇ ରହିଛି । ଏହାକୁ ପରିସ୍କାର କରାଯାଇ ମାଛଚାଷ କରାଯାଇ ପାରିଲେ ମତ୍ସ୍ୟଜିବୀ ଓ ମତ୍ସ୍ୟଚାଷୀମାନେ ଉଊପକୃତ ହେବେ ବୋଲି ସେମାନେ ମତାମତ ରଖିଥିଲେ । ମାଛଚାଷର ଆଧୁନିକ ପ୍ରଣାଳୀ ଏବଂ ମତ୍ସ୍ୟଜିବୀମାନେ ସମୁଦ୍ରରେ ଆଧୁନିକ କୌଶଳରେ ମାଛଧରିବା ସଂପର୍କରେ ପ୍ରଶିକ୍ଷକ ପରେଶ ଚନ୍ଦ୍ର ନାୟକ, ସୁଧିର କୁମାର ବେହେରା, ବ୍ରଜେନ୍ଦ୍ର ବେହେରା, ଅଜିତ୍ କୁମାର ସେଠୀ, ସଂଜୟ କୁମାର ସାହୁ ଓ ମନ୍ମଥ ଦଳାଇ ପ୍ରମୁଖ ପ୍ରଶିକ୍ଷଣ ଦେଇ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା