କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ସହାୟତା ଦେଲା ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲା ବିଜୁ ଛାତ୍ର ଜନତା ଦଳ। ୩୦ଟି ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ୮ ଲକ୍ଷ ଟଙ୍କା ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି। ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୮ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏ ପ୍ରକାର ଉଦ୍ୟମକୁ ପ୍ରଶଂସା କରିଥିଲେ।

ଉପଦେଷ୍ଟା ଚିନ୍ମୟ ସାହୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ମହାସଚିବ ହରିଶଙ୍କର ରାଉତ, ଉପ-ସଭାପତି ମନ୍‍ଜିତ୍‍ ଦାସ, ରାଜେଶ ରାଜ ସ୍ୱାଇଁ, ସାଧାରଣ ସଂପାଦକ ସୁଜିତ ପାଲ୍‍ଟାସିଂହ, ଅପୂର୍ବା ଅପରୂପା, ମିକୁ ପ୍ରଧାନ, ପ୍ରଦୋଷ ପରିଡ଼ା, ସଂପାଦକ ରବୀନ୍ଦ୍ର ପ୍ରଧାନ, ଶିବାଜୀ ନାୟକ, ପ୍ରମୋଦ ପାତ୍ର, ସମ୍ବଲପୁର ଜୋନ୍‍ ସଭାପତି ବୈକୁଣ୍ଠ ନାଏକ, ବଲାଙ୍ଗୀର ଜୋନ୍‍ ସଭାପତି ଚିରାଗ ସିଂହଦେଓ, ଭୁବନେଶ୍ୱର ଜୋନ୍‍ ସଭାପତି ଅଜିତ ବେହେରା, କଟକ ଜୋନ୍‍ ସଭାପତି ସ୍ମୃତିରଞ୍ଜନ ଦାସ, ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା, ସୁନ୍ଦରଗଡ଼ ଜିଲ୍ଲା ସଭାପତି ରାଣାପ୍ରତାପ ସିଂହ, କଟକ ଜିଲ୍ଲା ସଭାପତି ସ୍ମୃତିରଞ୍ଜନ ନାୟକ, ସାଂଗଠନିକ ସଂପାଦକ ସଂସଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ନିକଟରେ କେରଳରେ ହୋଇଥିବା ଭୟାବହ ବନ୍ୟା ପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ। କେରଳକୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ୮ କୋଟି ଟଙ୍କାର ୫୦୦ ମେଟ୍ରିକ୍‍ ଟନ୍‍ ପଲିଥିନ୍‍ ସିଟ୍‍ ପ୍ରଦାନ କରିଥିଲେ। ଏଥିସହ ୨୦୦ ଉଦ୍ଧାରକାରୀ ସଦସ୍ୟଙ୍କୁ କେରଳକୁ ପଠାଇଥିଲେ।