କେମିତି ବନେଇବେ ଘରେ ବସି ଭୋଟର କାର୍ଡ

ଏଣିକି ଘରେ ବସି ସ୍ୱଳ୍ପ ମସୟରେ ବନାନ୍ତୁ ନିଜ ଭୋଟର କାର୍ଡ ! ସଂଶୋଧନ କରିବା ମଧ୍ୟ ହେଲା ଅତ୍ୟନ୍ତ ସହଜ, ଜାଣନ୍ତୁ ପୁରା ପ୍ରକ୍ରିୟା ।ଯଦି ଆପଣ ଭୋଟର ଆଇ କାର୍ଡ କରିନାହାନ୍ତି କିମ୍ବା ଆପଣଙ୍କ ଆଇଡିରେ କୌଣସି ତ୍ରୁଟି ରହିଛି ଅଥବା ଆପଣ ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । କିମ୍ବା ଏଥିପାଇଁ ଆପଣଙ୍କୁ ଆଉ ବାରମ୍ବାର ନିର୍ବାଚନ ଅଫିସର ଚକ୍କର କାଟିବାକୁ ପଡିବ ନାହିଁ । ଏହି କାମ ଏବେ ଆପଣ ଘରେ ବସି ଅଳ୍ପ ସମୟ ମଧ୍ୟରେ କରିପାରିବେ । ଆଉ ଏଥି ପାଇଁ ଆପଣଙ୍କୁ ନିର୍ବାଚନ କମିଶନଙ୍କ ୱେବସାଇଟ www.nvsp.inରେ ଲଗ ଇନ୍ କରି ଏଥି ପାଇଁ ଆବେଦନ କରିବାକୁ ହେବ । ପ୍ରତିଟି ନିର୍ବାଚନ ପରେ ଭୋଟର ଲିଷ୍ଟ ସଂଶୋଧନ କରାଯାଇଥାଏ । ଏଥର ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମତଦାତାମାନଙ୍କୁ ଅପଡେସନ ସୁବିଧା ଉପଲବ୍ଧ କରାଯାଇଛି । ଏହା ଛଡା ଇଲେକ୍ସନ କମିସନ ଅଫ ଇଣ୍ଡିଆ ୱେବ ଆଧାରିତ ଆପ୍ଲିକେସନ ମଧ୍ୟ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଅଫିସରମାନଙ୍କୁ ଏସଏମଏସ୍ ଆଲର୍ଟ ମାଧ୍ୟମରେ ନୂଆ ରେଜିଷ୍ଟ୍ରେସନ୍ ବାବଦରେ ସୂଚନା ମିଳଯିବ । ପୂର୍ବରୁ ନିର୍ବାଚନ ଅଫିସକୁ ଘର ଘର ଯାଇ ସର୍ଭେ କରିବା ପାଇଁ ପଡୁଥିଲା ।ତେବେ ନିଜ ଭୋଟରକାର୍ଡରେ ପରିବର୍ତ୍ତନ କିପରି କରିବେ କିମ୍ବା ନୂଆ ଭୋଟ ପରିଚୟ ପତ୍ର କରିବେ ସେ ସମ୍ବନ୍ଧରେ ଜାଣି ରଖନ୍ତୁ । ପ୍ରଥମେ www.nvsp.inୱେବସାଇଟରେ ଯାଆନ୍ତୁ । ଏବଂ ଏହା ସମ୍ବନ୍ଧିତ ଦସ୍ତାବିଜ୍ ଅପଲୋଡ କରିଦିଅନ୍ତୁ । ତେବେ ଏଥିପାଇଁ ଏକ ପାସପୋର୍ଟ ସାଇଜ୍ ଫଟୋ, ପରିଚୟ ପତ୍ର ଯେପରିକି ଜନ୍ମଗତ ସାର୍ଟିଫିକେଟ୍, ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାନ କାର୍ଡ କିମ୍ବା ହାଇସ୍କୁଲ ସାର୍ଟିଫିକେଟ ଇତ୍ୟାଦି । ଏହା ପରେ ଆପଣଙ୍କ ଆପ୍ଲିକେସନକୁ ସବମିଟ୍ କରନ୍ତୁ । ଏହା ପରେ ଆପଣଙ୍କ ପାଖକୁ ଏକ ଇମେଲ୍ ଆସିବ । ଯେଉଁଥିରେ ଅପଡେସନ ଏବଂ ଆପ୍ଲିକେସନ ଆଇଡି ରହିଥିବ । ଆପ୍ଲିକେସନ୍ ଆଇଡି ଜରିଆରେ ଆପଣ ଆପଣଙ୍କ ଅନୁରୋଧ ଟ୍ରାକ କରିପାରିବେ । ଏହାର ଠିକ୍ ଗୋଟିଏ ମାସ ପରେ ଆପଣଙ୍କ ଭୋଟ୍ ପରିଚୟ ପତ୍ର ଜାରି କରିଦିଆଯିବ ।