ଏପରି କରନ୍ତୁ ଶ୍ରୀକୃଷ୍ଣଙ୍କ ଆରଧନା, ଦୂର ହେବ ଶନି ସଙ୍କଟ

ବିଶ୍ବ ବ୍ରହ୍ମାଣ୍ଡର ପାଳନ କର୍ତ୍ତା ହେଉଛିନ୍ତି ଇଶ୍ବର । ଇଶ୍ବରଙ୍କ କ୍ରିୟାତ୍ମକ ଶକ୍ତି ଦ୍ବାରା ସାର ବିଶ୍ବର ପାଳନ ହୋଇଥାଏ ଏବଂ ସେହି ଶକ୍ତିର ନାମ ହେଉଛି ଭଗବାନ କୃଷ୍ଣ । କୃଷ୍ଣଙ୍କ ବିନା ନା ଅଛି ସୃଷ୍ଟିର ଅସ୍ତିତ୍ବ, ନା ଅଛି ପାଳନ । ଗ୍ରହ, ନକ୍ଷେତ୍ର, ଦେବୀ, ଦେବତା, ମାନବ, ଅସୁର, ଶୁଭ ଓ ଅଶୁଭ ସବୁ କୃଷ୍ଣଙ୍କ ଦ୍ବାରା ପରିଚାଳିତ ହୋଇଥାଏ । ଶନିଦେବ ମଧ୍ୟ ଭଗବାନ କୃଷ୍ଣଙ୍କ ଅଧୀନସ୍ଥ ବୋଲି ମାନ୍ୟତା ରହିଛି । ତେବେ ଆସନ୍ତୁ ଜାଣିବା ଶନିଦେବ ଓ କୃଷ୍ଣଙ୍କ ମଧ୍ୟରେ ରହିଥିବା ସମ୍ବନ୍ଧ ବିଷୟରେ……..

ଶନିଦେବ ଶ୍ରୀକୃଷ୍ଣଙ୍କ ଭକ୍ତ ଅଟନ୍ତି । ତାଙ୍କ ନିକଟରେ ଥିବା ନ୍ୟାୟ, ସଚ୍ଚୋଟତା ଓ ଅନୁଶାସନ କୃଷ୍ଣଙ୍କ କୃପାରୁ ଲାଭ କରିଛନ୍ତି ।
ଶନିଦେବ ସର୍ବଦା କୃଷ୍ଣଙ୍କ ଧ୍ୟାନରେ ମଗ୍ନ ରହିବା କାରଣରୁ ସେ ତାଙ୍କ ପତ୍ନୀଙ୍କ ଠାରୁ ଅଭିଶାପ ପାଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି ।
ଭଗବାନ କୃଷ୍ଣଙ୍କ ବହୁତ ଗୁଣ ଶନିଦେବତାଙ୍କ ନିକଟରେ ଦେଖିବାକୁ ମିଳେ ।
ଯେଉଁମାନେ ଭଗବାନ କୃଷ୍ଣଙ୍କ ଭକ୍ତ, ସେମାନଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି କଦାପି ପଡି ନଥାଏ ।

ଏହି ଉପାୟରେ ଭଗବାନ କୃଷ୍ଣଙ୍କୁ ପୂଜା କରିବା ଦ୍ବାରା ଶାନ୍ତ ହୋଇଥାନ୍ତି ଶନିଦେବ

ଶ୍ରୀ କୃଷ୍ଣଙ୍କୁ ଗୁରୁ ରୂପେ ସ୍ଥାପିତ କରନ୍ତୁ ।
ସକାଳେ ଓ ସଂଧ୍ୟାରେ ଦୁଇ ବେଳା ଭଗବାନ କୃଷ୍ଣଙ୍କୁ ହଳଦିଆ ରଙ୍ଗର ଫୁଲ ସହ ତୁଳସୀ ଜଳ ଚଢାନ୍ତୁ ।
ଭଗବାନ କୃଷ୍ଣଙ୍କୁ ଚନ୍ଦନର ତିଳକ ଲଗାନ୍ତୁ ।
ଏହା ପରେ ଦୁଇ ହାତ ଉଠାଇ କିର୍ତ୍ତନ ନିଶ୍ଚୟ କରନ୍ତୁ ।
‘କୃଷ୍ଣ କୃଷ୍ଣ’ ନାମ ଜପ କରନ୍ତୁ । ଭୋଜନ ପୂର୍ଣ୍ଣ ସାତ୍ବିକ ରୂପେ କରନ୍ତୁ ।

‘‘ଓଁ କୃଷ୍ଣାୟ ବାସୁଦେବାୟ ହରେ ପରମାତ୍ମନେ
ପ୍ରଣତ: କଲେଶ ନାଶାୟ, ଗୋବିନ୍ଦାୟ ନମୋ-ନମଃ’’ 

ଏହି ମନ୍ତ୍ର ଦିନକୁ ଦୁଇ ବେଳା ୧୦୮ ଥର ଜପ କରନ୍ତୁ ।

ଶନିଙ୍କ କୋପରୁ ଭୋଗୁଥିବା ରୋଜଗାର, ସ୍ବାସ୍ଥ୍ୟ ଓ ଆୟୁ ସଙ୍କଟରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ

ଭଗବାନ କୃଷ୍ଣ ଗାଈ ସହ ଥିବା ଏକ ଚିତ୍ର ସ୍ଥାପନ କରନ୍ତୁ ।
ନିତ୍ୟ ପ୍ରାତଃ କାଳରେ ତୁଳସୀ ଜଳ ସହ ପଞ୍ଚାମୃତ ଅର୍ପଣ କରନ୍ତୁ  ଏବଂ ଏହି ପଞ୍ଚାମୃତକୁ ପ୍ରସାଦ ରୂପେ ପାଆନ୍ତୁ ।
‘‘ଶ୍ରୀକୃଷ୍ଣମ୍ ଶରଣମ୍ ମମ’’ ମନ୍ତ୍ର ଜପ କରନ୍ତୁ । ଏଭଳି ୨୭ ଦିନ ପର୍ଯ୍ୟନ୍ତ କରନ୍ତୁ ।
ପ୍ରାତଃ କାଳରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରୁଥିବା ଲୋଟାରେ ନାଲି ତିଳକ ଲଗାନ୍ତୁ ।
ମସ୍ତକ ଓ କଣ୍ଠରେ ମଧ୍ୟ ନାଲି ତିଳକ ଲଗାନ୍ତୁ ।