କେବିସି-୧୦ ସମ୍ପର୍କିତ ୧୦ଟି ଖାସ କଥା

ଦେଶବାସୀଙ୍କ ସାଧାରଣ ଜ୍ଞାନ ପରୀକ୍ଷା କରୁଥିବା ଲୋକପ୍ରିୟ ରିୟଲିଟି ସୋ ‘କୌନ ବନେଗା କରୋଡ଼ପତି’ର ୧୦ମ ସଂସ୍କରଣ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ସୋ’ର ଉପସ୍ଥାପକ ଅମିତାଭ ବଚ୍ଚନ ଏନେଇ ସୂଚନା ଦେଇସାରିଛନ୍ତି । ପ୍ରତିଥର ଭଳି ଚଳିତ ଥର ମଧ୍ୟ କେବିସିର ଖାସ୍ ପରିବର୍ତ୍ତନ କରାଯାଇଛି । ତେବେ ଆସନ୍ତୁ ସେଥିରୁ ୧୦ଟି ସ୍ୱତନ୍ତ୍ର ବିଷୟରେ ଜାଣିବା ..

୧. ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ରାତି ୯ଟାରେ ସୋନିଟିଭିରେ ପ୍ରସାରିତ ହେବାକୁ ଥିବା ଏହି ସୋ’ରେ ସମୁଦାୟ ୬୦ଟି ଅଧ୍ୟାୟ ରହିଛି । ଯାହା ଗତବର୍ଷ ୫୨ ଅଧ୍ୟାୟରେ ସୀମିତ ଥିଲା ।
୨. ଗତବର୍ଷ ଟେଗଲାଇନ୍ ‘ଦି ଫ୍ରାଇଡେଜ-ନୈ ଚାହ ନୈ ରାହ’ ଥିଲା । ଚଳିତଥର ‘ଆର୍ଗୁମେଣ୍ଟେଡ ରିୟଲିଟି’ ରହିବ ।
୩. ମିଡିଆ ରିପୋର୍ଟରୁ ମିଳିଥିବା ସୂଚନା ପ୍ରକାରେ ଚଳିତ ଥର କେବିସିର ମାର୍କେଟିଂ ପାଇଁ ୭-୮କୋଟି ଖର୍ଚ୍ଚ କରାଯାଇଛି ।
୪. ଚଳିତବର୍ଷ ୧୫ଦିନରେ ୩.୧କୋଟିରୁ ଊର୍ଦ୍ଧ୍ଵ ରେଜିଷ୍ଟେସନ କେବିସିକୁ ମିଳିଛି ।
୫. ସେପ୍ଟେମ୍ବର ୨ ତାରିଖରେ ଏହି ସୋ’ର ସ୍ୱତନ୍ତ୍ର ‘କଷ୍ଟନ ରେଜର’ ଅଧ୍ୟାୟ ପ୍ରସାରିତ ହେବ ।
୬. ପ୍ରତିଯୋଗୀଙ୍କୁ ମିଳୁଥିବା ୫୦-୫୦ଅପସନ୍, ଅଡିୟନ୍ସ ପୋଲ୍, ଜୋଡିଦାର ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଛି ।
୭. ଚଳିତ ଥର ‘ଆପକି ଦି ଏକ୍ସପର୍ଟ’ ଲାଇଫଲାଇନ ପ୍ରତ୍ୟାବର୍ତ୍ତନ କରୁଛି । ଏଥିରେ ଭିଡିଓ କଲିଂ ଜରିଆରେ ଜଣେ ଏକ୍ସପର୍ଟଙ୍କ ସାହାର୍ଯ୍ୟ ନିଆଯାଇପାରିବ
୮. କେବିସିର ୧୦ଟି ଫର୍ମାଟ ମଧ୍ୟରୁ ଚଳିତ ଥର ପ୍ରଥମ ଥର ପାଇଁ ଅଡିଓ-ଭଜୁଅଲ ସାମିଲ କରାଯାଇଛି । ଯାହା ଖେଳରୁ ଆରମ୍ଭ କରି ରାଜନୀତି ସହ ଜଡିତ ଅଟେ ।
୯. ପ୍ରତି ଶୁକ୍ରବାର ଦିନ ‘କେବିସି କରବୀର’ ନାମକ ସ୍ୱତନ୍ତ୍ର ଅଧ୍ୟାୟ ପ୍ରସାରିତ ହେବ । ଯେଉଁଥିରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିଥିବା କିଛି ଚର୍ଚ୍ଚିତ ବ୍ୟକ୍ତିତ୍ଵଙ୍କୁ ଆମନ୍ତ୍ରିତ କରାଯିବ ।
୧୦. ଚଳିତ ଥର ସୋ’ର ଭାଷା ହିନ୍ଦୀକୁ ମଧ୍ୟ ପ୍ରୋମୋଟ କରିବ । ଅମିତାଭ ବଚ୍ଚନ ଏନେଇ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ।