ଅର୍ଥ ବ୍ୟବସ୍ଥାରେ ସୁଧାର – ଚୀନକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୟମାସିକ (ଏପ୍ରିଲ – ଜୁନ)ରେ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ହାର 8.2 ପ୍ରତିଶତରେ ପହଞ୍ଚିଛି | ଗତ ତିନି ବର୍ଷ ମଧ୍ୟରେ ଏହା ସର୍ବାଧିକ ଅଭିବୃଦ୍ଧି ସ୍ତର | ଏହି ଅଭିବୃଦ୍ଧି ହାର ସହିତ ପୁଣି ଠାରେ ଭାରତ ପଡୋଶୀ ଚୀନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧ ଅର୍ଥନୀତିର ମାନ୍ୟତା ପାଇଛି |

ସୂଚନାଯୋଗ୍ୟ, ଏପ୍ରିଲ-ଜୁନ 2018 ଅବଧିରେ ଚୀନ 6.7 ପ୍ରତିଶତ ବିକାଶ ହାର ରେକର୍ଡ କରାଯାଇଥିଲା | ପ୍ରଥମ ତ୍ରୟମାସିକରେ ଏହି ଗତିରେ ଭାରତ ଏବେ ୟୁନାଇଟେଡ଼ କିଙ୍ଗଡମକୁ ପଛରେ ପକାଇବାକୁ ପ୍ରସ୍ତୁତ ହେଉଛି | ଏହା ଜାରି ରହିଲେ ଭାରତ ଅତିଶୀଘ୍ର ବିଶ୍ୱର ପଞ୍ଚମ ବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ବୋଲି ଆକଳନ କରାଯାଇଛି |