କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରୀଙ୍କ ଚିଲିକା ଗସ୍ତନେଇ ବିଜେଡି ଛାନିଆ

ବାଣପୁର(ସମୃଦ୍ଧଓଡିଶା)ଗତକାଲି ଦିବା ୧୧ ଘାଣ୍ଟିକ ସମୟରେ କେନ୍ଦ୍ର ମତ୍ସ୍ୟ , ଦୁଗ୍ଧ ଓ ପଶୁ ସମ୍ପନ୍ଦ ବିକାଶ ମନ୍ତ୍ରୀ ପୁରୁଷୋତମ ରୁପାଲା ଚିଲିକା ନିକଟସ୍ତ ନଈରୀ ଠାରେ ଅନୁଷ୍ଠିତ ବିରାଟ ମତ୍ସ୍ୟଜୀବି ସମିଳନୀ ଓ ବାଲୁଗାଁ ଠାରେ ଏକ ହିଥାଧିକାରୀ ଙ୍କ ସାକ୍ଷାତ କାର ସମିଳନୀ ରେ ଯୋଗଦେଇଥିଲେ. ଏହି ସଭା ରେ ବି ଜେ ପି ର ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର ଓ ବି ଜେ ପି ର ବରିଷ୍ଠ ନେତା ଓ ଚିଲିକା ନିର୍ବାଚନ ମଣ୍ଡଳୀ ର ବିଧାନସଭା ପ୍ରାଥୀ ଶ୍ରୀଯୁକ୍ତ ପୁର୍ଥିବରାଜ ହରିଚନ୍ଦନ ଯୋଗଦାନ କରି ଚିଲିକା ମସ୍ଚ୍ୟ ଯିବିଙ୍କସମସ୍ୟା ଓ ଚିଲିକାହ୍ରଧ ର ପୁନଃରୁଦ୍ଧାର ସହ ଅନ୍ତରନିହିତ ସମସ୍ୟା ବାବଦ ରେ କେନ୍ଦ୍ର ମନ୍ତ୍ରୀ ଙ୍କୁ ଅବଗତି କରାଇଥିଲେ.ଚିଲିକା ହର୍ଦ୍ଧ ଏସିଆ ମହାଦେଶ ର ଏକ ବୃହତମ ହ୍ରଦ୍ଧ ଯାହା ବର୍ତମାନ ପ୍ରଚାର ପ୍ରଶାର ହବା ଦରକାର ଓ ଚିଲିକା ହ୍ରଦ ର ପୁନଃରୁଦ୍ଧାର ସହ ବିଭିନ୍ନ ଅନ୍ତରନିହିତ ସମସ୍ୟା ବାବଦରେ କେନ୍ଦ୍ର ମନ୍ତ୍ରି ଙ୍କୁ ଅବଗତି କରାଇଥିଲେ.ଏହି ଚିଲିକା ଉପରେ ତିନି ଲକ୍ଷ୍ୟ ରୁ ଅଧିକ ଲୋକ ନିଜର ଜୀବନ ଯିବିକା ନିର୍ଭର କରୁଥିବାରୁ ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏହାକୁ ପୁନଃରୁଦ୍ଧାର କରିବା ପାଇଁ ପ୍ରତିଶୃତି ବଦ୍ଧ ବୋଲି ମନ୍ତ୍ରି ପ୍ରକାଶ କରିଥିଲେ. ମତ୍ସ୍ୟଯିବି ମାନଙ୍କ ଉର୍ନତି ପାଇଁ ମୋଦି ସରକାର ବିଭିନ୍ନ ଯୋଜନା ଓ ତାର କାର୍ଯ୍ୟକାରୀ ଓ ମତ୍ସ୍ୟ ଯିବି ପାଇଁ କିସାନ କାର୍ଡ ଦିଆଯିବାଭଳି ମୋଦି ସରକାରଙ୍କ ସୁଯୋଗ କାରି ପଦକ୍ଷପ ବିଷୟରେ କହିଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ଚିଲିକା ନିର୍ବାଚନ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବି ପରିବେଷବିତି, ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି, ମତ୍ସ୍ୟ ସମ୍ପଦ ବିଭାଗ୍ୟର ବହୁ ଅଧିକାରୀ, ମତ୍ସ୍ୟଜୀବୀ ନେତା ଓ ପ୍ରତିନିଧି ଉପସ୍ଥିତ ଥିଲେ.କାର୍ଯ୍ୟକର୍ମ ପରେ ଚିଲିକା ମତ୍ସ୍ୟଜୀବି ସଙ୍ଘ ର ନେତୃବୃନ୍ଦ ଓ ତିଅର ମହାସଂଘ ର ନେତୃବୃନ୍ଦ କେନ୍ଦ୍ରମତ୍ରୀ ଙ୍କୁ ଭେଟି ଚିଲିକା ର ସୁରକ୍ଷା ସହିତ ସେମାନଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ପୃଥ୍ୱୀବରାଜ ହରିଚନ୍ଦନ ଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲା. ଏହା ପରେ ସିଂଗେଶ୍ୱର ପଞ୍ଚାୟତ ର କୋଦପୁର ଗ୍ରାମ ର ମତ୍ସ୍ୟଜୀବି ସମ୍ପ୍ରଦାୟ ର ପରିବାର ରେ କେନ୍ଦ୍ରମନ୍ତ୍ରୀ ଓ ସମ୍ବିତ ପାତ୍ର ସହିତ ପୃଥ୍ୱୀବରାଜ ହରିଚନ୍ଦନ ମଧ୍ୟାହ୍ନ ଭୋଜନ କରିଥିଲେ.

ରିପୋର୍ଟ : ରଜତ କୁମାର ମହାପାତ୍ର