କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗଞ୍ଜାମ ଗସ୍ତ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦିନିକିଆ ଗଞ୍ଜାମ ଗ୍ରସ୍ତରେ ଆସିଥିବା ବେଳେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ବିପୁଳ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏଥିରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ ଉପ-ସଭାପତି ଭୢଗୁ ବକ୍ସିପାତ୍ର, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ସରୋଜ ସାବତ, ପ୍ରଶାନ୍ତ କର, ମନୋରଞ୍ଜନ ଦ୍ୟାନସାମନ୍ତରା, ମହନ୍ତ ଚିନ୍ମୟାନନ୍ଦ ଦାସ, ପ୍ରଭାତ କିରଣ ଷଡ଼ଙ୍ଗୀ, ସୁନିଲ କୁମାର ସାହୁ, ଗଙ୍ଗାଧର ଶତପଥି, ରାଜେଶ ସାହୁ, ସିଦ୍ଧାନ୍ତ ଗଙ୍ଗଦେବ, କୁଞ୍ଜବିହାରୀ ପାଣିଗ୍ରାହୀ, କାମନା ପାଢୀ, ଏଲ୍.ମୋହନ ଦାସ, ପ୍ରଦୀପ ପାଢୀ, ରଶ୍ମୀରେଖା ମହାପାତ୍ର, ପ୍ରଦୀପ ଶତପଥି, ରଜତ ପଣ୍ଡିତ, ପରେଶ ରଥ, ମନୋଜ ପଟ୍ଟନାୟକ, ବସନ୍ତ ବେହେରା, ଲକ୍ଷ୍ମୀ ନାରାୟଣ ପଣ୍ଡା, ଏସ୍.ରାଣୀ, ନମିତା ରାଣୀ ପଣ୍ଡା, ପ୍ରିୟ ରଜଂନ ବେହେରା, ଡଃ.ସୁବାଷ ସାହୁ, ଗୋପିନାଥ ପଣ୍ଡା, ବିନାୟକ ରଥ, ବ୍ରହ୍ମପୁରରୁ ସାମ୍ବାଦିକ ନିମାଇଁ ପଣ୍ଡା ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ରହିଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲା ବିଜେପି ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ପତ୍ନୀ ସ୍ୱର୍ଗତ ବିଜୟଲକ୍ଷ୍ମୀ ପତିଙ୍କ ଅକାଳ ବିୟୋଗରେ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପୂର୍ବତନ ଜିଲ୍ଲା ସଭାପତିଙ୍କ ଗାନ୍ଧୀ ନଗର ସ୍ଥିତ ବାସ ଭବନକୁ ଆସି ସ୍ୱର୍ଗତ ଶ୍ରୀମତୀ ପତିଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପରିବାର ଲୋକଙ୍କ ସହ ଆଲୋଚନା କରି ସମବେଦନା ଜଣାଇବା ସହ ଏଭଳି ଘଟଣାକୁ ନେଇ ମୁଁ ଦୁଃଖିତ ଏବଂ ମର୍ମାହତ ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ବିଭୁତି ଜେନା, ଭ୍ରୂଗୁଙ୍କ ସମେତ ଜିଲ୍ଲାର ବହୁ କାର୍ଯ୍ୟକର୍ତା ଶ୍ରୀ ପତିଙ୍କ ବାସଭବନରେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା