କେନାଲ ସାହିରୁ ଜବର ଦଖଲ ଉଛେଦ ଆରମ୍ଭ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଏନ.ଏ. ସି ଅଂଚଳର ଭେଜିପୁଟ କେନାଲ ସାହିରୁ ବାଇପାସ ରୋଡ଼ ପଯ୍ୟନ୍ତ ଆଜି ଜେସିବି ଦ୍ୱାରା ଜବର ଦଖଲ ଉଚ୍ଛେଦ କରାଯାଇଛି । ପରିସ୍ଥିତିକୁ ଦେଖି ଘଟଣା ସ୍ଥଳରେ ପୋଲିସ ମଧ୍ୟ ମୁତୟନ କରାଯାଇଛି । ନୂତନ ରାସ୍ତା ନିର୍ମାଣ ପାଇଁ ଏହି ରାସ୍ତା କଡ଼ରେ ଥିବା କିଛି ବେଆଇନ ଘରକୁ ଭାଙ୍ଗି ଦିଆଯାଇଛି । ସୂଚନାଯୋଗ୍ୟ ଯେ ଏହି ରାସ୍ତାଟି ଭଞ୍ଜନଗର ଏନ.ଏ.ସି ଅଧୀନରେ ଥିବାବେଳେ ବର୍ତ୍ତମାନ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ରିପୋର୍ଟ : ନିଲୁ ବିଷୋୟୀ