କୃଷି ଆଇନ ଓ ସଂସଦରେ ଶୀତ ଅଧିବେଶନ ରଦ୍ଦ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ କୃଷି ଆଇନ ଓ ସଂସଦରେ ଶୀତ ଅଧିବେଶନ ରଦ୍ଦକୁ ପ୍ରତିବାଦ କରି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଜୟ ରାଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଶାଳ ମଶାଲ ଶୋଭଯାତ୍ରା ବ୍ରହ୍ମପୁର କଂଗ୍ରେସ୍ କାର୍ଯ୍ୟାଳୟରୁ ବାହାରି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ପହଞ୍ଚି ଥିଲେ । ଏହି ପ୍ରତିବାଦରେ କଂଗ୍ରେସ୍ ନେତା ଶିବରାମ ପାତ୍ର, ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପତିତ ପାବନ ଗନ୍ତାୟତ, ତତ୍ସତ ସୁବୁଦ୍ଧି, ରୁଦ୍ର ଖଟୁଆ, ଜଗନ୍ନାଥ ପଲେଇ, ଦୁର୍ଗା ପ୍ରସାଦ ଦାସ୍, ରୁଦ୍ର ବେହେରା, ଦାଶରଥି ପ୍ରଧାନ, ଟି.ରାଜା ରାଓ, ଭାସ୍କର ବେହେରା, ଲକ୍ଷ୍ମଣ ଭାଇ, ଶ୍ରୀଧର ସାହୁ, ଆକାଶ ଗୌଡ ଓ ବହୁ କଂଗ୍ରେସ ନେତା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା