ଆନ୍ଧ୍ର ଓ ଓଡିଶା ଅବକାରୀ ଏବଂ ପୋଲିସ ବିଭାଗ ପକ୍ଷରୁ ଚଢାଉ : ବହୁ ପରିମାଣର ପୋଚ ନଷ୍ଟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଅବକାରୀ ଅଧ୍ୟକ୍ଷ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦେଶକ୍ରମେ ଉଭୟ ଆନ୍ଧ୍ର ଓ ଓଡିଶା ଅବକାରୀ ଏବଂ ପୋଲିସ ବିଭାଗ ପକ୍ଷରୁ ଚଢ଼ାଉ କରାଯହୀ ବହୁ ପରିମାଣର ପୋଚ ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ଚଢ଼ାଉ ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ଗଙ୍ଗାପୁର, ରାମଚନ୍ଦ୍ରପୁର ଓ ବିଜୟପୁର ଆଦି ଗଁରେ କରାଯାଇଥିଲା । ସେଥିରେ ୧୫.୫୦୦ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୨୭୦ ଲିଟର ରନ୍ଧନ ଦେଶି ମଦକୁ ନଷ୍ଟ କରିଥିବା ଜଣାପଡିଛି । ଏହି ଚଢାଉରେ ଚିକିଟି ତହସିଲଦାର ହୋର ପ୍ରସାଦ ଭୋଇ ମାଜିଷ୍ଟ୍ରେଟରଙ୍କ ଦାଇତୈ ଥିବାବେଳେ ଚଢାଉରେ ଅବକାରୀ ଇନ୍ସପେକ୍ଟର ବାଳକୃଷ୍ଣ ପରିଡା ଓ ରୋସନ ଇସୁହଂଦା, ଶ୍ରୀଧର ମହାନ୍ତି ଓ ତପସନୀ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା