କୃଷକସାଥି ଓ କୃଷୀ ଅଧିକାରୀଙ୍କ ପ୍ରଶିକ୍ଷଣ, ମୂଖ୍ୟମନ୍ତ୍ରୀ ଓ ୫ଟିର ନିର୍ଦ୍ଦେଶ : ପ୍ରତି ପଞ୍ଚାୟତର ଚାଷୀଙ୍କୁ ମିଳିବ କୃଷି ଅଗ୍ରାଧିକାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ କୃଷିର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଓ ୫ଟିର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାଲାଗି ୫ଟି ଯୋଜନାକୁ ଅଗ୍ରାଧିକାର ଦେବାକୁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି । ଏ ପରିପ୍ରେକ୍ଷୀରେ ଆଜି ଜଳେଶ୍ୱର ଆତ୍ମା କାର୍ଯ୍ୟାଳୟ ପରିସରରେ କନିଷ୍ଠ କୃଷି କର୍ମଚାରୀ ଓ କୃଷକ ସାଥିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରଶିକ୍ଷକଭାବେ ସଂଜୟ କୁମାର ରାଉତ ଯୋଗ ଦେଇ କୃଷି ବିଭାଗରେ କାର୍ଯ୍ୟ କରୁଥିବା ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଓ କୃଷକକୁ ସୁବିଧା ସୁଯୋଗ ମିଳିବା ସଂପର୍କରେ କହିଥିଲେ । ଆପିକଲ ଜରିଆରେ ସ୍ଥାୟି ପୁଞ୍ଜି ନିବେଶ କରାଇ କୃଷି ଭିତ୍ତିକ ବିଭିନ୍ନ ଯୋଜନା କିପରି କାର୍ଯ୍ୟକାରୀ ହୋଇ ପାରୁଛି ସେ ସମ୍ପର୍କରେ କହିଥିଲେ । ଉଦ୍ୟାନ କୃଷି ବିଭାଗ, ପ୍ରାଣୀ ସମ୍ପଦ ବିକାଶ, ମତ୍ସ୍ୟ ବିଭାଗକୁ ନେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗ ଯୋଜନାରେ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ କୃଷକ ମାନଙ୍କୁ ଋଣ ଦେବାର ବ୍ୟବସ୍ଥା ରହିଛି । ସେହିପରି ବଳରାମ ଯୋଜନାରେ ଜମିହୀନ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତାର ବ୍ୟବସ୍ଥା ଥିବା ବେଳେ ସମନ୍ନିତ କୃଷି ଯୋଜନା ସ୍ୱଳ୍ପ ବୃଷ୍ଟିପାତ ହେଉଥିବା ଅଂଚଳରେ ମକା, ହରଡ, ମାଣ୍ଡିଆ, ଗହିରୀଆ ସ୍ଥାନରେ ଆଖୁଚାଷ କରିବା ଏବଂ ସୁବିଧା ସୁଯୋଗ, ଋଣ, ସରକାରୀ ସହାୟତା ସଂପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । କିନ୍ତୁ ପଟାସ ସାରର ମୂଲ୍ୟ ବସ୍ତା ଉପରେ ୯୦୦ଟଙ୍କା ଖେଳା ଯାଇଥିବା ବେଳେ ବହୁସ୍ଥାନରେ ୧୫୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ଆସିଥିଲା । ବିଶେଷ କରି ଫୁଲ, ଗାଈ, ଛେଳି, ହେଚେରି ଫାର୍ମ, ସମନ୍ନିତ କୃଷି ଯୋଜନାରେ ୧ଲକ୍ଷ୨୫ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଦେବାର ଶ୍ରୀ ରାଉତ ବିଭିନ୍ନ ଯୋଜନାକୁ ବିଶ୍ଳେଷଣ କରି କହିଥିଲେ । ଏଥିରେ କିପରି ପଂଚାୟତ ସ୍ତରର ଚାଷୀମାନେ ଲାଭବାନ ହୋଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ କୃଷକସାଥିମାନଙ୍କ ମିଳୁଥିବା ଆର୍ଥିକ ଅନୁଦାନ ପର୍ଯ୍ୟନ୍ତ ଓ ନିର୍ଦ୍ଦଷ୍ଟ ସମୟରେ ମିଳୁନଥିବାରୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା