କୂଳ ଖାଇ ଗାଁ ମୁହାଁ ହେଲାଣି ନଦୀର ପାଣି…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭୟ ଏବଂ ଆଶଙ୍କା ଭିତରେ ଗଂଜାମ – କନ୍ଧମାଳ ସୀମାନ୍ତ ଇନ୍ଦ୍ରଗଡ଼ ଗ୍ରାମବାସୀ । କେତେବେଳେ ଯେ ନଦୀର ପ୍ରଖର ସ୍ରୋତ କରିଦେବ ଗାଁ’ର ସର୍ବନାଶ ତାହାର ହିସାବ୍ ନାହିଁ । ଗଞ୍ଜାମ କନ୍ଧମାଳ ସୀମାନ୍ତ ଇନ୍ଦ୍ରଗଡ଼ ଗ୍ରାମଦେଇ ଯାଇଥିବା ନଦୀର ପାଣି ଧୀରେ ଧୀରେ କୂଳ ଖାଇ ଏବେ ଗ୍ରାମ ମୁହାଁ ହେଲାଣି । ଏ ନେଇ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନାହିଁ ପ୍ରଶାସନ । ଏଣେ ସବୁ ଜାଣି ପ୍ରଶାସନ ଚୁପ ବସିଛି । ଅନ୍ୟପଟେ ଦୁଇ କୂଳଖାଇ ଗ୍ରାମ ମୁହାଁ ହେଲାଣି ନଦୀର ପାଣି । ପ୍ରକାଶ ଯେ ଇନ୍ଦ୍ରଗଡ ଗ୍ରାମ ଦେଇ ଯାଇଥିବା ଏହି ନଦୀ, କୂଳ ଖାଇଖାଇ ଦିନକୁ ଦିନ ଗାଁ ମୁହାଁ ହେବାରେ ଲାଗିଛି । ଯାହା ଫଳରେ ଗ୍ରାମ ବାସୀଙ୍କ ଅନେକ ଘର ବିପଦ ପୂର୍ଣ୍ଣ ପରିସ୍ଥିତି ଆଡକୁ ଗତି କରିବାରେ ଲାଗିଛି । ଯେ କୌଣସି ମୁହୂର୍ତ୍ତରେ ନଦୀ ମଧ୍ୟରେ ମିଶିଯିବ ଏହି ଗ୍ରାମର କିଛି ଘର ତାହା କହିବା ମୁସ୍କିଲ । ଏହି ସମସ୍ୟାକୁ ନେଇ ଅନେକ ଥର କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ରାଇକିଆ ବ୍ଲକ ପ୍ରଶାସନଙ୍କୁ ଲିଖିତ ମାଧ୍ୟମରେ ଜଣା ଯାଇଥିଲେ ମଧ୍ୟ ଏହା ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଲଗାଣ ବର୍ଷା ହେଲେ ନଦୀ ପାଖରେ ଥିବା କିଛି ଘର ଯେ କେଉଁ ମୁହୂର୍ତ୍ତରେ ପାଣିର ପ୍ରଖର ସ୍ରୋତରେ ପଡି ଭାସିଯିବ ତାହାର ଠିକଣା ନାହିଁ । ଏ ନେଇ ଆମେ ରାଇକିଆ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏନେଇ ରାଇକିଆ ବ୍ଲକ ପ୍ରଶାସନ କଣ ପଦକ୍ଷେପ ନେବେ ଆଉ କେବେ ମିଳିବ ଗ୍ରାମବାସୀଙ୍କୁ ଏହି ବିପଦରୁ ମୁକ୍ତି ସେହିଦିନକୁ ଇନ୍ଦ୍ରଗଡ଼ ଗ୍ରାମବାସୀ ଚାତକ ଭଳି ଅପେକ୍ଷା କରି ରହିଛନ୍ତି ।