କରୋନା ମହାମାରୀ ସମୟରେ ଦିବ୍ୟାଙ୍ଗଙ୍କୁ ସହାୟତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ସମୟରେ ସାରା ବିଶ୍ୱ ଯେପରି କଲବଲ ହେଉଛି ସେତେବେଳେ ଦିବ୍ୟାଙ୍ଗ ମାନଙ୍କ ଅବସ୍ଥା କହିଲେ ନ ସରେ । ମାନସିକ ବିକଳାଙ୍ଗ ମାନଙ୍କ କଥା ବୁଝିବାରେ ସର୍ବ ଭାରତୀୟ ସ୍ତରରେ ସରକାରୀ ବିଫଳତାକୁ ପଦାକୁ ଆଣି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଏର କରି ଭାତର ବର୍ଷର ସମଗ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ କରାଇଥିବା ସମାଜସେବୀ ତଥା ମାନବାଧିକାର କର୍ମୀ ଓ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଆଜି ବାସୁଦେବପୁର ସହର ଉପକଣ୍ଠରେ ୩୦ ଉର୍ଦ୍ଧ୍ଵ ଶାରୀରିକ ଓ ମାନସିକ ବିକଳାଙ୍ଗ ମାନଙ୍କୁ ସ୍ନାକ୍ସ, ରେସନ, କରୋନା କୀଟ ପ୍ରଦାନ କରିଛନ୍ତି । ଖାଲି ଏତିକି ନୁହେଁ ସେମାନଙ୍କୁ ଆଇନଗତ ସହାୟତା ଯୋଗାଇ ସେମାନଙ୍କ ଅଧିକାର ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ସେ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଯଦି ସମୟାନୁସାରେ ଏହି ବିକଳାଙ୍ଗ ମାନଙ୍କୁ ସରକାରୀ ସହାୟତା ଦିଆନ ଯାଏ, ତାହେଲେ ସେ ଜାତୀୟ ମାନବାଧିକାର ଆୟୋଗରେ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି । ଏଠାରେ ଉପସ୍ଥିତ ଥିବା ବିକଳାଙ୍ଗ ଓ ସେମାନଙ୍କ ପରିବାର ମଧ୍ୟ ବେଶ ଆଶାବାଦୀ ରହିଥିବା ଜଣାଯାଇଛି । ଦୁଃଖ ସୁଖରେ ସମସ୍ତଙ୍କ ଆଶାବାଡି ସାଜି ଥିବା ରାଧାକାନ୍ତ ତ୍ରିପାଠୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କିଶୋର ନାୟକ, ଜିତେନ୍ଦ୍ର ନାୟକ, ଶରତ ପଣ୍ଡା, ଉମା ମହାରଣା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ରିପୋର୍ଟ : ଅକ୍ଷୟ ପଟ୍ଟନାୟକ