କୁର୍ମୀକ୍ଷତ୍ରିୟ ସମାଜ ପକ୍ଷରୁ ବ୍ରହ୍ମପୁର ବିଧାୟକଙ୍କୁ କରୋନା ଯୋଦ୍ଧା ସମ୍ମାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ଗଜପତିନଗର ନିବାସୀ ଗଞ୍ଜାମ ଜିଲ୍ଲା କୁର୍ମୀକ୍ଷତ୍ରିୟ ସମାଜ ପକ୍ଷରୁ ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁର୍ମୀକ୍ଷତ୍ରିୟ ସମାଜର ସଭାପତି ତଥା ଅବସରପ୍ରାପ୍ତ ନିର୍ବୀହି ଯନ୍ତ୍ରୀ ଇଂଜିନିୟର ଅଭିମନ୍ୟୁ ପ୍ରଧାନ, ସଂମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ଆଇନଜୀବୀ ସତୀଶ ପାଣିଗ୍ରାହୀ, ଗଂଜାମ ଓକିଲ ସଂଘ ସମ୍ପାଦକ ପ୍ରଦୀପ କୁମାର ବେହେରା, ବରିଷ୍ଠ ବିଜେଡି ନେତା ତୁମ୍ବନାଥ ପଣ୍ଡା ପ୍ରମୁଖ ଯୋଗଦେଇ ବିଧାୟକଙ୍କୁ କରୋନା ଯୋଦ୍ଧା ଭାବେ ଉଚ୍ଚ କୋଟିର ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । କରୋନା ମହାମାରୀ ସମୟରେ ବ୍ରହ୍ମପୁର ବିଧାୟକଙ୍କ ଶବ ଦାହ ଠାରୁ ଆରମ୍ଭ କରି ଅସହାୟଙ୍କୁ ସାହଯ୍ୟ କରିବା ପରି ବିଭିନ୍ନ କାର୍ଯ୍ୟକୁ କୁର୍ମୀକ୍ଷତ୍ରିୟ ସମାଜର ସଭାପତି ଇଂଜିନିୟର ପ୍ରଧାନ ପ୍ରଶଂସା କରିଥିଲେ । ବର୍ତ୍ତମାନ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇଥିଲେ ମଧ୍ୟ କରୋନା ପ୍ରତି ସଚେତନତା ରହିବା ନିହାତି ଆବଶ୍ୟକ ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି । କାରଣ ବିଧାୟକ ପଣ୍ଡା ଗତ ବର୍ଷ କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଦୀର୍ଘ ଦିନ ପରେ ସୁସ୍ଥ ହୋଇଥିଲେ । ତେଣୁ ବିଧାୟକ ପଣ୍ଡା କରୋନା ଆରମ୍ଭରୁ ବର୍ତ୍ତମାନ ପଯ୍ୟନ୍ତ ସମସ୍ତ ଜନସାଧାରଣଙ୍କୁ ମାସ୍କ ବ୍ୟବହାର ସହ ସଚେତନତା ରହିବାକୁ କହିଥିଲେ । ଏଭଳି ଉଚ୍ଚ କୋଟି କର୍ତ୍ତବ୍ୟ ନିଷ୍ଟ କାଯ୍ୟକୁ ପ୍ରଶଂସା କରି ଗଞ୍ଜାମ ଜିଲ୍ଲା କୁର୍ମୀକ୍ଷତ୍ରିୟ ସମାଜ ତାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରିଛି । କରୋନା ଯୋଦ୍ଧା ଭାବେ ସମ୍ମାନୀତ କରିଥିବାରୁ କୁର୍ମୀକ୍ଷତ୍ରିୟ ସମାଜକୁ ବିଧାୟକ ପଣ୍ଡା କୃତଜ୍ଞତା ଜଣାଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଯୁବ ସମାଜସେବୀ ରାକେଶ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା