କୁମ୍ଭମେଳାରେ ସେବା ଯୋଗାଇ ଦେବା ପାଇଁ ଆଦିତ୍ୟବାହିନୀର କର୍ମୀମାନଙ୍କ ଆହ୍ଲାବାଦ ଗସ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ଆହ୍ଲାବାଦର ପ୍ରୟାଗଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରଶିଦ୍ଧ ମହାକୁମ୍ଭ ମେଳାରେ ସେବା ଯୋଗାଇ ଦେବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପିଠ ଦ୍ୱାରା ପରିଚାଳିତ ଆଦିତ୍ୟବାହିନୀର ଜଳେଶ୍ୱର ଅଞ୍ଚଳର ଅଲାଲପୁରର ଶାଖାର ପ୍ରାୟ ୧୦ଜଣରୁ ଉର୍ଦ୍ଧ୍ୱ କର୍ମୀମାନେ ଟ୍ରେନଯୋଗେ ଗସ୍ତ କରିଛନ୍ତି । ବାହିନୀର ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ କୁମାର ସତ୍ୟଜିତ୍ ବେଜ୍ ଓ ସତ୍ୟନାରାୟଣ କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୁରୀରୁ ଆସୁଥିବା ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଯାତ୍ରା କରିଛନ୍ତି । ଏହି ପ୍ରତିନିଧି ଦଳରେ ସେବା ସଚିବ ବରୁଣ କୁମାର ସାହୁ, ପ୍ରହଲ୍ଲାଦ ମହାନ୍ତି, ବିଶ୍ୱମ୍ବର ମହାନ୍ତି, ଗିରିଜା ଶଂକର କର, ଧନଞ୍ଜୟ ତ୍ରିପାଠୀ, ସୂର୍ଯ୍ୟନାରାୟଣ ଧଳ, ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇ ଗସ୍ତ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା