କାର୍ଲମାର୍କସ୍‌ଙ୍କ ୨୦୩ତମ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱର ବିଶିଷ୍ଟ ଦାର୍ଶନୀକ, ଚିନ୍ତାନାୟକ ଏବଂ ବିଶେଷଜ୍ଞ କାର୍ଲମାର୍କସଙ୍କର ୨୦୩ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଜଳେଶ୍ୱରର ସିପିଏମ୍ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜୟନ୍ତି ସଭାରେ ଦିଲ୍ଲିପ କୁମାର ଗିରି ଅଧ୍ୟକ୍ଷତା କରି ପ୍ରତ୍ୟେକଙ୍କୁ ନ୍ୟାୟ, ହକ୍ ଏବଂ ସଚେତନ କରାଇବା ଲାଗି କାର୍ଲମାର୍କସଙ୍କ ଉଦ୍ଦେଶ୍ୟ ଓ ନିତୀ ସଂପର୍କରେ ବ୍ୟାକ୍ଷା କରିଥିଲେ । ସୀତାଂଶୁ ସେନାପତି, ରାଜକୁମାର ଆଚାର୍ଯ୍ୟ ଓ ନବେନ୍ଦୁ ପ୍ରଧାନ ପ୍ରମୁଖ କମ୍ୟୁନିଷ୍ଟର ନିତୀ, ଆଦର୍ଶ କାଲର୍ମର୍କସଙ୍କ ଦର୍ଶନ ବୋଲି ପ୍ରକାଶ କରିଥିଲେ । ଜନ୍ମ ଜୟନ୍ତୀରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି କାଲମାର୍କସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା