କାଦୁଅ ପଚପଚ ୫୭ ରାଜ୍ୟ ରାଜପଥ : ପ୍ରତିଦିନ ବଢୁଛି ଦୁର୍ଘଟଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱର ଚାଷୀଙ୍କର ଧାନଚାଷ ହିଁ ମୁଖ୍ୟ ଜିବିକା । ଏବେ ରବିଧାନ ଅମଳ ବେଳେ ବର୍ଷା ଲାଗି ରହୁଥିବାରୁ ବିଲରୁ ଫେରୁଥିବା ଧାନକଟ ମେସିନ୍‌(ହାର୍ଭେଷ୍ଟର) ଓ ଧାନବହୁ ଥିବା ଟ୍ରାକ୍ଟରରେ ବ୍ୟପକ କାଦୁଅ ଲାଗୁଥିବାରୁ ସଡକରେ ଗଡି କରୁଛି କର୍ଦ୍ଦମାକ୍ତ । ଫଳରେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ସମସ୍ତ ରାସ୍ତା ଏପରି କାଦୁଅ ପଚପଚ ହେଉଥିବାରୁ ପ୍ରତିଦିନ ଅଧିକରୁ ଅଧିକ ଦୁର୍ଘଟଣା ବଢି ଚାଲିଛି । ବିଲରୁ ଧାନ କାଟିବା ଓ ଧାନ ବୋହିଆଣି ଚାଷୀ ନିଜର ଅଭାବ ମେଣ୍ଟାବା ଲାଗି ତରବରିଆଭାବେ ମୁଖ୍ୟ ରାସ୍ତା କଡରେ ଥିବା ଧାନ ଖଟି ମାନଙ୍କରେ ବିକ୍ରୟ କରିଥାଏ । ପଶ୍ଚିମବଙ୍ଗର ମାଫିଆମାନେ ବହୁ ସଂଖ୍ୟାରେ ଖଟି ଖୋଲି ବେପାର ପସରା ମେଲାଇଥିବା ବେଳେ ଚାଷୀ ଅଭାବି ବିକ୍ରିର ସମ୍ମୁଖିନ ହେଉଛି । ବଡ ବଡ ଟ୍ରକ୍ ଗୁଡିକ ରାସ୍ତାଉପରେ ଛିଡା କରାଇ ଲୋଡି କରୁଥିବାରୁ ବହୁ ସମୟରେ ରାସ୍ତା ଜାମ୍ ଓ ଦୁର୍ଘଟଣା ବଢୁଛି । ତେଣୁ ହାର୍ଭେଷ୍ଟର ଓ ଟ୍ରାକ୍ଟର ଗୁଡିକ ବିଲରୁ ସଡକକୁ ଆସୁଥିବାରୁ ତାର ଚକ ଗୁଡିକରେ ବହୁ ପରିମାଣରେ କାଦୁଅ ଲାଗି ରାସ୍ତାରେ ବିଛେଇ ହୋଇଯାଏ । ଏପରି ଘଟଣା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ବର୍ଷ ବେଳେ ଏହି କାଦୁଅ ସଡକରେ ଲଟକି ଥିବାରୁ ହଳ ଜମିର ଭ୍ରମ ସୃଷ୍ଟି କରେ । ପରେ ସଡକରେ ବାଇକ୍‌, ସାଇକେଲ ଓ ତିନି ଚକିଆ ଯାନ ଗଲାବେଳେ ବାରମ୍ବାର ବହୁ ଦୁର୍ଘଟଣାର ଶିକାର ହୋଇଥାଏ । ଏହା ବ୍ୟତିତ କାଦୁଅ ଗୁଡିକ ଶୁଖିଗଲା ପରେ ଖାଲ, ଢିପ ସୃଷ୍ଟି ହେବା ସହିତ ତାହା ଧୂଳିରେ ପରିଣତ ହୋଇ ପରିବେଶ ପ୍ରଦୋଷଣ କରିବା ସହିତ ଆରୋହୀ ବିପଦ ସୃଷ୍ଟି କରିଥାଏ । ଶହ ଶହ ଟ୍ରାକ୍ଟର ଓ ଧାନକଟା ମେସିନ୍ ଯାତାୟାତ କରୁଥିବାରୁ ଗ୍ରାମଂଚଳର କଂକ୍ରିଟ ରାସ୍ତା ଠାରୁ ଆରମ୍ଭ କରି ଜଳେଶ୍ୱର-ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ମରଣଯନ୍ତ୍ରାରେ ପରିଣତ ହୋଇଛି । କେବଳ ଟ୍ରାକ୍ଟର ଓ ଧାନକଟା ମେସିନ୍‌ର ସଚେତନତା ସୃଷ୍ଟି ହେଲେ ଜମିରୁ ସଡକକୁ ଗଲାବେଳେ ଯାନର ଚକଗୁଡିକରୁ କାଦୁଆ ସଫକରି ଯାତାୟାତ କଲେ ଏପରି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ଆଲୋଚନା ହେଉଛି । ଏ ସମ୍ପର୍କରେ ଫକିର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁର୍ଯ୍ୟେନ୍ଦୁକୁମାର ଦେ ଓ ବହୁ ବ୍ୟକ୍ତି ସ୍ଥାନ ବିଶେଷରେ ଜନମତ ସୃଷ୍ଟି କରିବାକୁ ନିବେଦନ କରିଛନ୍ତି । ଏହା ସହିତ ସ୍ଥାନୀୟ ପ୍ରଶାସନ ଓ ନେତୃମଣ୍ଡଳି ସଚେତନତ।। କରିବା ସହିତ ପ୍ରତିକାର କରିବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା