କର୍ଣ୍ଣଦାଣ୍ଡି ଗ୍ରାମରେ ଶ୍ରୀରାମଙ୍କର ପୂଜାର୍ଚନା

ଦଶରଥପୁର(ସମୃଦ୍ଧଓଡିଶା) ବହୁ ପ୍ରତିକ୍ଷିତ ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ଦିବ୍ୟ ଆକର୍ଷଣୀୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ସଂପୂର୍ଣ୍ଣ ଅଯୋଧ୍ୟା ନଗର ସୋମବାର ରାମ ନାମରେ ପ୍ରକମ୍ପିତ ହୋଇଉଠି ଥିଲା | ରାମ ମୟ ହୋଇଉଠି ଥିଲା ସାରା ଭାରତ ବର୍ଷ | ଏଭଳି ଶୁଭ ମୁହୂର୍ତକୁ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚୟତସ୍ତ କର୍ଣଦାଣ୍ଡି ଗ୍ରାମର ଗ୍ରାମ ବାସୀ ମାନେ ବେଶ ଧୁମ ଧାମରେ ପାଳନ କରିଥିଲେ | ଏହି ଗ୍ରାମରେ ପ୍ରଭୁ ରାମ ମନ୍ଦିରରେ ଦୀର୍ଘ ୧୯ ବର୍ଷ ଧରି ପୂଜା ପାଉଛନ୍ତି ପ୍ରଭୁ ରାମ ମାତା ସୀତା ଓ ଅନୁଜ ଲକ୍ଷ୍ମଣ | କିନ୍ତୁ ସୋମବାର ସାରା ଭାରତ ବର୍ଷ ରାମ ମୟ ହୋଇ ଉଠିଥିବା ବେଳେ ଏହି ପରିପ୍ରେକ୍ଷୀରେ କର୍ଣଦାଣ୍ଡି ଗ୍ରାମରେ ଥିବା ରାମ ମନ୍ଦିରକୁ ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ ଭାବେ ସଜାଯାଇଥିବା ଦେଖିବାକୁ ମିଳିଥିଲା | କୀର୍ତନର ତାଳେ ତାଳେ ପ୍ରକମ୍ପିତ ହୋଇଉଠିଥିଲା କର୍ଣ୍ଣାଦାଣ୍ଡି ଗ୍ରାମ l ଗ୍ରାମର ସମାଜସେବୀ ଚନ୍ଦ୍ରକାନ୍ତ ରାଉତ ପୂଜାରେ ସଂକଳ୍ପ କରିଥିବା ବେଳେ ପୂଜକ ଦିନେଶ ପଣ୍ଡା ପୂଜାର୍ଚନା ଓ ହୋମ ଯଜ୍ଞ କରିଥିଲେ | ଗ୍ରାମର ଆବାଳ ବୁଦ୍ଧ ବନିତା ପ୍ରଭୁ ଶ୍ରୀରାମଙ୍କ ନାମରେ ଭାବ ବିହୋର ହୋଇଥିଲେ ଗ୍ରାମବାସୀ | ଗ୍ରାମର ମହିଳା ମାନେ ସକାଳୁ ସକାଳୁ ସ୍ନାନ ସାରି ଗେରୁଆ ବସ୍ତ୍ର ପରିଧାନ କରି ମନ୍ଦିର ସମ୍ମୁଖରେ ପ୍ରଭୁ ରାମଙ୍କ ପାଇଁ ୧0୮ ଦୀପ ଜାଳି ପ୍ରଭୁ ରାମଙ୍କୁ ପୂଜାର୍ଚନା କରିଥିଲେ | ସେହିପରି ଗ୍ରାମର ସମସ୍ତଙ୍କ ଘର ଆଗରେ ଦୀପ ଜାଳିବା ସହ ବାଣ ଫୁଟାଇ ଦୀପାବଳି ପାଳନ କରିଥିବା ଦେଖିବାକୁ ମିଳିଥିଲା |ଏହି ପୂଜାରେ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ |
ରିପୋର୍ଟ : ରଜତ ମହାପାତ୍ର