କରୋନା ଦୁର୍ଦ୍ଦଶା ଭିତରେ ଫଟୋ ଗ୍ରାଫି ବ୍ୟବସାୟ : ସଂଘ ପକ୍ଷରୁ ସହାୟତା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋବିଦ-୧୯ର ଭୁତାଣୁ ସାରା ବିଶ୍ୱରେ ହେଉଁଭଳି ବେଗରେ ବ୍ୟାପି ଚାଲିଛି ଲକ୍‌ଡାଉନ୍ ଓ ସାମାଜିକ ଦୂରତାକୁ ଲକ୍ଷ କରି ହଜାର ହଜାର ବ୍ୟବସାୟ ମଧ୍ୟ ବନ୍ଦ ରହିଛି । ଦେଢ ମାସରୁ ଅଧିକ କାଳ ଦୋକାନ ବଜାର ବନ୍ଦ ଥିବାରୁ କରୋନାର ଆତଙ୍କ ଓ ଲକ୍‌ଡାଉନ୍ ଯୋଗୁଁ ବେସାହାରା ହୋଇଛି ଫଟୋ ଗ୍ରାଫି ବ୍ୟବସାୟ । ଏହି ବ୍ୟବସାୟ ଲାଗି ଯୁବକମାନେ ଋଣ କରି ବ୍ୟବସାୟ ଆରମ୍ଭ କରିଥାନ୍ତି । ଏବେ ସେହି ବ୍ୟବସାୟରେ ନିୟୋଜିତ ଯୁବକ ଯୁବତୀମାନେ ଘରେ ବସି ରହିଥିବାରୁ ପରିବାର ପ୍ରତିପୋଷଣ ଏକ ସମସ୍ୟା ଭାବେ ଦେଖା ଦେଇଛି । ଦେଢ ମାସରୁ ଅଧିକ କାଳ ଫଟୋ ବ୍ୟବସାୟ ଉପରେ ନିର୍ଭର କରୁ ଥିବା ପରିବାରବର୍ଗଙ୍କ ଦୁରାବସ୍ଥା ଯୋଗୁଁ ଫଟୋ ଗ୍ରାଫର ଆସୋସିଏସନ ମୁକାବିଲା ଲାଗି ମୁହଁ ଖୋଲିଛି । ଏହି ବ୍ୟବସାୟ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିବାରୁ ଦୁର୍ଗତି ବଢି ଚାଲିଛି । ନିକଟରେ ସରକାର କେତେକ ଦୋକାନ ଖୋଲିବା ଲାଗି ସିଦ୍ଧାନ୍ତ ନେଇଥିବା ବେଳେ ଫଟୋ ଗ୍ରାଫୀ ବ୍ୟବସାୟ ସେଥିରେ ସଂଯୋଗ ଲାଗି ଜଳେଶ୍ୱର ଫଟୋ ଗ୍ରାଫି ସଂଘ ଦାବୀ ଜଣାଇ ଜିଲାପାଳ ଓ ମୁଖ୍ୟ ଶାସନ ସଚୀବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେବଳ ଜଳେଶ୍ୱର ନୁହେଁ ଆଖପାଖ ଅଞ୍ଚଳରେ ଏହି ବ୍ୟବସାୟୀ ଗୋଷ୍ଠୀ ବ୍ୟବସାୟ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ଦାବୀ କରିଛନ୍ତି । ସଂଘର ସଭାପତି ସମର କରଣ, ସୁଶାନ୍ତ ପ୍ରଧାନ, ପ୍ରଦୀଦ ଦେବନାଥ, ଦିପ୍ତେନ୍ଦୁ କର, ସୁମନ୍ତ ପ୍ରଧାନ, ଆଶାିଷ ମହାନ୍ତି ଓ ଉମାଶଙ୍କର ପରିଡା ପ୍ରମୁଖ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା