କରୋନାର ଭୟାବହତା ବେଳେ ନିଜେ ସୁସ୍ଥ ରହି ଦେଶ ବଞ୍ଚାନ୍ତୁ : ବିଧାୟକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂପ୍ରତି ସମଗ୍ର ଦେଶ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି । ଅତୀତରେ କେତେକ ମହାମାରୀ, ଦୈବି ଦୁର୍ବିପାକ ଓ ବିଶ୍ୱର ଧ୍ୱଂସ ଲିଳା ସଂପର୍କରେ ଆମ ପିଢୀ ଶୁଣିଛୁ । କିନ୍ତୁ ଗତ ୨ମାସ ଧରି ସମଗ୍ର ବିଶ୍ୱରେ ଯେପରି ଆତଙ୍କ ଓ ଗଣମାଧ୍ୟମରେ ବିଶ୍ୱର ଚିତ୍ର ଉପସ୍ଥାପନ ଦେଖୁଛୁ ତାହା ପ୍ରତ୍ୟେକଙ୍କର ଚିନ୍ତାର ବିଷୟ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଡାକରାରେ କେବଳ ଲକ୍‌ଡାଉନ୍ ନୁହେଁ ସମସ୍ୟା ଦୂର ହେବା ପର୍ଯ୍ୟନ୍ତ ଘରେ ରହି ନିଜକୁ ସୁସ୍ଥ ରଖିବା ସହିତ ଦେଶ ବଞ୍ଚାଇବା ଆମ ପ୍ରତ୍ୟେକଙ୍କର ଧେୟ ହେଉ ବୋଲି ଜଳେଶ୍ୱରର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଜଳେଶ୍ୱର ଠାରେ ସାମ୍ବାଦିକମାନଙ୍କୁ ବିଭିନ୍ନ ସୂଚନା ଓ ଉଦାହରଣ ଦେଇ କହିଛନ୍ତି । ଏହି ଅବସରରେ କରୋନାରେ ଯୋଦ୍ଧା ସାଜିଥିବା ଅଗଣିତ ଡାକ୍ତର ଓ ନର୍ସ, ପୁଲିସ୍‌, ସଫେଇ କର୍ମଚାରୀ, ସମାଜସେବୀ ଏପରିକି ଗଣମାଧ୍ୟମର ପ୍ରତିନିଧି ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି ଆମେ ସମସ୍ତେ ସେମାନଙ୍କୁ ସହାୟତା କରିବା ଉଚିତ ବୋଲି କହିଥିଲେ । କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମାକ୍ସ ଓ ସେନିଟାଇଜର ବଣ୍ଟନ କରି ଆଗାମୀ ଦିନରେ ଦେଶକୁ ସହାୟତା କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀପ କୁମାର ପ୍ରଧାନ, ନଗର ସଭାପତି ସୁରଜିତ ଘୋଷ, ବିଜେଡି ସଂପାଦକ ବିଜୟ କାମିଳା, ଅର୍ଚ୍ଚନା ଗିରି, ଅଶୋକ ପାତ୍ର ଓ ଆନନ୍ଦ କର ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା