କରାପଲ୍ଲୀ ଆର୍ଦଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ଠାରେ ଥିବା ଓଡିଶା ଆର୍ଦଶ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଛାତ୍ରଛାତ୍ରୀ ମାନେ ନିଜ ମଧ୍ୟରେ ଥିବା ଭଗବତ ସତ୍ତାକୁ ଚିହ୍ନିବା ଆବଶ୍ୟକ, ଏଥି ସହିତ ସେମାନଙ୍କର ଅର୍ନ୍ତନିହିତ ଶକ୍ତିର ପୂର୍ଣ୍ଣ ବିକାଶ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବା ଆବଶ୍ୟକ । ଜଗନ୍ନାଥ ଭୂମିରେ ବଢୁଥିବା କିଶୋର କିଶୋରୀ ମାନେ ଜଗନ୍ନାଥଙ୍କ ମହନିୟତାକୁ ଅନୁଭବ କରିବା ସହିତ ନିଜକୁ ଜଗନ୍ନାଥଙ୍କ ଅଂଶ ବିଶେଷ ଭାବରେ ଚିହ୍ନିବା ଆବଶ୍ୟକ ଏବଂ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଅନୁରୂପ ଭାବରେ ଛାତ୍ରଛାତ୍ରୀଙ୍କ ଠାରେ ଥିବା ପ୍ରତିଭାର ବିକାଶ ନିମନ୍ତେ ପୂର୍ଣ୍ଣ ରୂପରେ ଚେଷ୍ଟିତ ହେବା ଆବଶ୍ୟକ ବୋଲି ମତପୋଷଣ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଶେଷଦେବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ତଥା ଇଂରାଜୀ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ପ୍ରଥମ ଆର୍ଦଶ ବିଦ୍ୟାଳୟ ଏଠାରେ ଆରମ୍ଭ କରାଯାଇଥିଲା ଏହା ମଧ୍ୟରେ ଚାରିବର୍ଷ ଅତିକ୍ରାନ୍ତ ହୋଇଯାଇଛି, ଆଗାମୀ ଦିନରେ ଏହି ବିଦ୍ୟାଳୟ ପରିସରରେ ଛାତ୍ରଙ୍କ ନିମନ୍ତେ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ସହ ଉପଯୁକ୍ତ ଖେଳ ପଡିଆ ନିର୍ମାଣ, ଲାବ୍ରଟୋରୀ ସହ ପାଠାଗାର ନିର୍ମାଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ରହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସୁର୍ଦଶନ ସେଠୀ, ଦାସରଥୀ ପୃଷ୍ଟି, ବବିତା ପାଳ, ଅଜୟ କୁମାର କହଁର, ହେମନ୍ତ କୁମାର ସେଠୀ, ତାପସ ରାଣୀ ସାହୁ, ସମୀକ୍ଷା ଛୋଟରାୟ, ଶୁଭଶ୍ରୀ ମହାପାତ୍ର, ରୋଜାଲିନ ସାହୁ, ବବିତା ପାଳ, ସୈାଭାଗିନୀ ବରାଳ, ବନ୍ଦିତା ମହାନ୍ତି, ରଶ୍ମିତା ମହାଙ୍କୁଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା