କମ୍ରେଡ ମୋହନ ଦାଶଙ୍କ ଶ୍ରାଦ୍ଧବାର୍ଷିକ ପାଳନ

ନିମାପଡ଼ା(ସମୃଦ୍ଧଓଡିଶା)ନିମାପଡାର ଅପ୍ରତିଦ୍ବନ୍ଦୀ ଜନନାୟକ ନିମାପଡ଼ା – କାକଟପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ, ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ, ଚାଷୀମୁଲିଆ ମେହନତି ମଣିଷର ସାଥି ତଥା ଭୁସଂସ୍କାର ଆନ୍ଦୋଳନର ଅନ୍ୟତମ ବିନ୍ଧାଣି କମ୍ରେଡ ମୋହନ ଦାଶଙ୍କ ୨୯ ତମ ଶ୍ରାଦ୍ଧବାର୍ଷିକ ସମାରୋହ ଅପରାହ୍ନ ୪ ଘଟିକା ସମୟରେ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ମୋହନ ଦାସ ସ୍ମୁତିକମିଟି ଓ ନିମାପଡ଼ା ଶହୀଦ ସ୍ମୁତି ସଂସଦ ମିଳିତ ସହଯୋଗରେ ଆୟୋଜିତ ଏହି ସମାରୋହ ନିମାପଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପ ନଗରପାଳତଥା ମୋହନ ଦାଶ ସ୍ମୁତି କମିଟି ସଭାପତି ଶ୍ରୀଯୁକ୍ତ ସନ୍ତୋଷ ଦାଶଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା l ନିମାପଡ଼ା ଦିବ୍ୟଜୀବନ ସଂଘ ଶାଖା ସଭାପତି ସ୍ୱାମୀ ରମେଶ୍ୱରାନନ୍ଦ ସରସ୍ବତୀ,ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଜଗତ ପ୍ରସାଦ ସାବୁତ,ଶହୀଦ ସ୍ମୁତି ସଂସଦ ସମ୍ପାଦକ ଶ୍ରୀଯୁକ୍ତ ବେଣୁଧର ସେନାପତି, ନିମାପଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର ଭୋଇ, ବର୍ଷିଆନ ବାମପନ୍ଥୀ ନେତା ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ, ବ୍ଲକ କଂଗ୍ରସ କମିଟି ସଭାପତି ବିଜୟ ପ୍ରଧାନ, ପଦ୍ମଚରଣ ସାହୁ ଏବଂ ଆର୍ତ୍ତବନ୍ଧୁ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କମ୍ରେଡ ମୋହନ ଦାଶଙ୍କ ନୀତି ଆଦର୍ଶ ଉପରେ ଆଲୋଚନା କରିଥିଲେ l ଆଜିର ଛାତ୍ର ସମାଜ ମୋହନ ଦାଶଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ l

ରିପୋର୍ଟ : ରଜତ ମହାପାତ୍ର