କଡା ନିରାପତ୍ତାରେ ଜଳେଶ୍ୱରର ୪୪୬ ଭୋଟବାକ୍ସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ତ୍ରୀସ୍ତରୀୟ ନିର୍ବାଚନ ପରିସମାପ୍ତି ପରେ ୪୪୬ଟି ଭୋଟବାକ୍ସ ଦୀନକୃଷ୍ଣ କଲେଜ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଛି । ସିସିଟିଭି ସୁରକ୍ଷା ବଳୟ ମଧ୍ୟରେ ଏହି ଟ୍ରଙ୍ଗରୁମ୍ ଥିବା ବେଳେ ସଶସ୍ତ୍ର ଦିବାରାତ୍ର ଜଗିଛି ବୋଲି ନିର୍ବାଚନ ଅଧିକାରୀ ତଥା ବିଡିଓ ଅଶ୍ୱିନୀ କୁମାର ଦାସ କହିଛନ୍ତି । ଜଳେଶ୍ୱର ବ୍ଲକ ଅଂଚଳରେ ୩୫ ପଂଚାୟତର ୧୫୮୯୯୮ ଭୋଟର ଥିବା ବେଳେ ୭୮ପ୍ରତିଶତ ଭୋଟର ସେମାନଙ୍କ ମତସାବ୍ରସ୍ତ କରିଥିବା ଶ୍ରୀ ଦାସ କହିଛନ୍ତି । ପ୍ରକାଶଯୋଗ୍ୟ ଏହା ରାଜ୍ୟର ଅନ୍ୟ ସ୍ଥାନମାନଙ୍କ ଠାରୁ ସର୍ବାଧିକ । ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ଶେଷ ହୋଇଥିବାରୁ ଭୋଟର ମାନଙ୍କୁ ବିଧାୟକ ବିଜେଡି ଜିଲା ସଭାପତି ଇଂ ରବିନ୍ଦ୍ର ଜେନା, ଅଶ୍ୱିନୀ ପାତ୍ର, କଂଗ୍ରେସ ରାଜ୍ୟପ୍ରବକ୍ତା ସୁଦର୍ଶନ ଦାସ, କଂଗ୍ରେସ ବ୍ଳକ ସଭାପତି ରାଜୀବ ପରିଡା, ବିଜେପିର ପ୍ରବୀର ପ୍ରଧାନ, ଅରୁଣ ବେଜ, ଜୟନାରାୟଣ ମହାନ୍ତି, ରଘୁନାଥ ମହାନ୍ତି ପ୍ରମୁଖ ଧନ୍ୟ ଜଣାଇଛନ୍ତି । ଭୋଟ ବାକ୍ସ ଗୁଡିକ ଦୀନକୃଷ୍ଣ କଲେଜରେ ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଥିବା ବେଳେ ସେଠାରେ ୨୪ ଘଟିଣ୍ଟି ସିସିଟିଭି ଓ ସଶସ୍ତ୍ର ପୁଲିସ୍ ଜଗିବାର ବ୍ୟବସ୍ଥା ହୋଇଛି । ଷ୍ଟ୍ରଙ୍ଗରୁମ୍‌ର ଚାବି ଜଳେଶ୍ୱର ଟ୍ରେଜେରୀରେ ରଖାଯାଇଥିବା ଜଣାଯାଇଛି । ଏହାବ୍ୟତିତ କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ବାହାରପଟୁ ସିସିଟିଭି ବଳୟର ଫଟୋଚିତ୍ର ଦେଖିବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୬ ତାରିଖରୁ ୨୮ତାରିଖ ମଧ୍ୟରେ ଜିଲା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା