କଂଗ୍ରେସ ପକ୍ଷରୁ ୰ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ୰ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମ ଠାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ୧୮ ବର୍ଷର ଭୋଟଦାନ ଅଧିକାର, ପଞ୍ଚାୟତ ରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦେଶରେ ନୁଆଁ ଶିକ୍ଷାନୀତିର ପ୍ରଚଳନ, କମ୍ପ୍ୟୁଟରୀ କରଣ ଏବଂ ଦେଶକୁ ଏକବିଂଶ ଶତାଦ୍ଦୀକୁ ନେବାରେ ପରିବର୍ତ୍ତନ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ସଭାରେ ଆଲୋଚନା ହୋଇଥିଲା । ସଭାର ଆରମ୍ଭରେ ରାଜୀବ ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପ, ଧୂପ, ଦୀପ ପ୍ରଭୃତି ଦିଆଯାଇଥିଲା । ଏଥିରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡାଙ୍କ ସମେତ ଶିବରାମ ପାତ୍ର, ଉଦିୟ ପାଣିଗ୍ରାହୀ, ବିଜୟ ରାଜ ପାଣିଗ୍ରାହୀ, ଚିନ୍ମୟ ହୋତା, ପନ୍ତ ଚରଣ ସାହୁ, ଏସ.ଦଣ୍ଡ ପାଣି, ବବୁଲ ବେଗ, ରାଜୀବ ଖୁଣ୍ଟିଆ, ତତସତ ସୁବୁଦ୍ଧି, ପ୍ରଭାତ ତ୍ରିପାଠୀ, ଭବାନୀ ରାଜ, ଗଗନ ସାହୁ, ଧିରେନ ଗୌଡ଼, ଜିତୁ ପ୍ରଧାନ, ବଳରାମ ପଣ୍ଡା, ଗୋପାଳ ପାଣିଗ୍ରାହୀ, ଆଶିଷ ହୋତା, ସାଇ ପ୍ରସାଦ ପାଢ଼ୀ, ରୋଶନ ମହାନ୍ତି, ଗଗନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା