ରାଜ୍ୟ ବିଜେଡି ଦଳ ସଂପାଦକ ଭାବେ ଦାୟିତ୍ୱ ନେଲେ ପ୍ରଫେସର ମାରୁତ କୁମାର ପାଳ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ବିଜେଡ଼ି ଦଳ ତରଫରୁ ପ୍ରଫେସର ମାରୁତ କୁମାର ପାଳଙ୍କୁ ରାଜ୍ୟ ବିଜେଡି ସଂପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଫେସର ପାଳ ଦାୟିତ୍ବ ନେବା ପରେ ସାରା ରାଜ୍ୟରୁ ଅଭିନନ୍ଦନର ସୁଅ ଛୁଟି ଥିବା ଜଣାପଡିଛି । ଆଜି ପ୍ରଫେସର ପାଳଙ୍କୁ ଦାୟିତ୍ୱ ଦେଇଥିବାରୁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ଦଳ ସଭାପତି ନବୀନ ପଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଫେସର ପାଳ ଦୀର୍ଘଦିନ ହେବ ବିଜେଡି ଦଳ ସହ ଜଡିତ ଥିଲେ ଓ ପ୍ରତେକ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରୁଥିଲେ ମୁଖ୍ୟତଃ ଗଜପତି ଜିଲ୍ଲାରେ ତାଙ୍କ ସଂଘଠନ ମଜବୁକ୍ତ ଥିବା ଜଣାପଡିଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା