କଂଗ୍ରେସ ପକ୍ଷରୁ ପଟଲାମପୁର ସମବାୟ ସେବା ସମିତି ସଂପାଦକଙ୍କ ବିରୋଧରେ ଅଭିଯୋଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ପଟଲାମପୁର ସମବାୟ ସେବା ସମିତି ପକ୍ଷରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ପ୍ୟାକସ୍ ସଂପାଦକ ଧାନକିଣା ବେଳେ ଶହ ଶହ ଚାଷୀଙ୍କ ଠାରୁ ଲାଞ୍ଚ ମାଗିଥିବା ପରି ବିଭିନ୍ନ ଦୁର୍ନିତୀ ଗ୍ରସ୍ତରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ଅନିୟମିତତା ଯୋଗୁଁ ଆଜି ପୋଟଲାମପୁର ପ୍ୟାକସ୍ ସଂପାଦକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁର ସମବାୟ ସମିତିର ସହକାରୀ ନିବନ୍ଧକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହାର ଜ୍ଜ୍ଵଳନ୍ତ ଉଦାହରଣ ପଞ୍ଚାୟତର ନବୀନ ବିଶ୍ୱାଳ ନାମକ ଚାଷୀଙ୍କ ଧାନ ପ୍ୟାକସ୍ ଜରିଆରେ ଦୀର୍ଘ ଦୁଇବର୍ଷ ହେଲା ନିଆଯାଉ ନାହିଁ ବୋଲି କଂଗ୍ରେସ ନେତା ଗଣପତି ବାରିକ ଅଭିଯୋଗ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଭାଗିରଥୀ ବେହେରାଙ୍କ ସମେତ ବହୁ କଂଗ୍ରେସ ନେତା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା