କଂଗ୍ରେସ ପକ୍ଷରୁ କୋଭିଡ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ : ଆମ ପ୍ରତିନିଧି ବି ସମ୍ବର୍ଦ୍ଧିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଭାଗିରଥି ବେହେରାଙ୍କ ନେତୃତ୍ୱରେ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଆମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ବଢି ବଢି ଚାଲିଛି । ଏଭଳି ପରିସ୍ଥିତିରେ ନିଜର ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ଦିନ ରାତି ଏକ କରି ସ୍ୱେଚ୍ଛାକୃତ ଭାବେ ଅସହାୟ, ଗରୀବ ଓ ଜନସାଧାରଣଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ସାମ୍ବାଦିକ, ଓକିଲ ଓ ସମାଜସେବୀମାନଙ୍କ ପରି କୋଭିଡ ଯୋଦ୍ଧା ତଥା ମହାନ ବ୍ୟକ୍ତିତ୍ୱମାନଙ୍କୁ ଛତ୍ରପୁର କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ପ୍ରଥମେ ସମସ୍ତଙ୍କୁ ଫୁଲ ଚନ୍ଦନ ଦେଇ ମାସ୍କ ପିନ୍ଧା ଯାଇ ଉପଢୈକନ ପ୍ରଦାନ କରିବା ସହ ଜଣ ଜଣଙ୍କୁ ଶ୍ରୀ ବେହେରା ସମ୍ବର୍ଦ୍ଧିତ କରିଥିଲେ । ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଚନ୍ଦ୍ରଶେଖର ମିଶ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଷ୍ଟାପ ନର୍ସ ଛଇଳବାଳା ସିଂ, ବି.ନାଗେଶ୍ୱରୀ, କିରଣ କୁମାର ପଣ୍ଡା ସମାଜସେବୀ ନରହରି ସ୍ୱାଇଁ, ବଳିଆ ବେହେରା, ଓକିଲ ବାବୁ ନାହାକ ଓ ସୁବାସ ଚନ୍ଦ୍ର ବେହେରା ଏବଂ ବ୍ରହ୍ମପୁରର ୨ଜଣ ସାମ୍ବାଦିକ ଓ ଛତ୍ରପୁରର ସମସ୍ତ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପୂର୍ବରୁ ଶ୍ରୀ ବେହେରା ନିହାତି ଗରୀବ ଅସହାୟ ଲୋକମାନଙ୍କୁ ମାସ୍କ, ରାସନ ସାମଗ୍ରୀ ଓ ସୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଥିଲେ । ସେ ଜଣେ ମେଳାପି ଓ ସମାଜସେବୀ ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ସୁପରିଚିତ ଅଟନ୍ତି । ସେ କୋଭିଡ-୧୯ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରୁଥିବା ଛତ୍ରପୁର ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ସାଧୁବାଦ ଜଣାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଛତ୍ରପୁରର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଗୋପାଳପୁର ପୋର୍ଟ ଡକ୍ ୱାର୍କରସ୍ ୟୁନିୟନର ସଭାପତି ଜି.ଏରେୟା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, କଂଗ୍ରେସ ନେତା ଗଣପତି ବାରିକ, ସୁବୋଧ ସୁମନ ସ୍ୱାଇଁ, ମହେଶ ଗୈାଡ, ଦୀପକ ରାଉଳ, ରାକେଶ ଆଚାର୍ଯ୍ୟ ଓ ଟି.ଧର୍ମା ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା