କଂଗ୍ରେସ ପକ୍ଷରୁ କୃଷି ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସ ପକ୍ଷରୁ କୃଷି ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ଅଧିକ ଅମଳ ପାଇଁ ସାରର ଆବଶ୍ୟକତା ଏକାନ୍ତ ଜରୁରୀ । କିନ୍ତୁ ଚଳିତ ଖରିଫ ଚାଷରେ ଆବଶ୍ୟକ ପରିମାଣର ସାର ଚାଷୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିବା ଯୋଗୁଁ ଚାଷ କାର୍ଯ୍ୟ ବାଧାପାପ୍ତ ହେବାକୁ ଯାଉଛି । ବର୍ଭମାନ ରୁଆ ବେଉଷଣର ସମୟ । ଏହି ସମୟ ଭିତରେ ଚାଷୀ ସାର ନ ପାଇଲେ କରିବେ କଣ ? କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର ହେଉ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ସାର ଯୋଗାଇବା ଓ ନିର୍ବାଚିତ ମୂଲ୍ୟରେ ଚାଷୀଙ୍କ ନିକଟରେ ସାର ପହଞ୍ଚାଇବା ପ୍ରମୁଖ ଦାୟିତ୍ୱ । ଯଦି ସରକାରଙ୍କ ଘୋଷଣା ଓ ପ୍ରତିଶ୍ରୁତି ଚାଷୀଙ୍କର ଆୟ ୨୦୨୨କୁ ଦୁଇଗୁଣା ହେବ ତେବେ ଶସ୍ୟ ଉତ୍ପାଦନ ପାଇଁ ସାରର ନିଅଣ୍ଟିଆ ପରିସ୍ଥିତି ରହୁଛି କାହିଁକି ? ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଖରିଫ ଚାଷରେ ୟୁରିଆ, ଡିଏପି, ଏନପିକ, ଏମପି ଏପରି ମୋଟ୍ ୯ ଲକ୍ଷ ମେଟ୍ରିକ ଟନ୍ ସାର ପ୍ରୟୋଗ କରାଯିବା ପାଇଁ ସ୍ଥିର କରାଯାଇଥିବା ବେଳେ ଗତ ମାସ ଜୁଲାଇ ୩୧ ତାରିଖ ସୁଦ୍ଧା ଓଡ଼ିଶା କେନ୍ଦ୍ରରୁ ମାତ୍ର ୩ଲକ୍ଷ ୯୦ ହଜାର ୯୭ ୦ ମେଟ୍ରିକ୍ ଟନ୍ ସାର ପାଇଛି । ରାଜ୍ୟର କୋଟା ଅନୁଯାୟୀ ଗତ ଜୁଳାଇ ୩୧ ତାରିଖ ସୁଦ୍ଧା ୫ ଲକ୍ଷ ୫ ୭ ହଜାର ମେଟ୍ରିକ୍ ଟନ୍ ସାର ଓଡ଼ିଶା ପାଇବା କଥା । କିନ୍ତୁ ଜୁଲାଇ ଶେଷ ସୁଦ୍ଧା ରାଜ୍ୟ ଆଉ ୨ଲକ୍ଷ ୩୦ ହଜାର ମେଟ୍ରିକ୍ ଟନ୍ ସାର ପାଇ ନାହିଁ ଫଳରେ ଚାଷୀ ଚାଷ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦ୍ୱାରା ଅନେକ ଜାଗାରେ ୪୫ କେଜି ୟୁଟିଆ ବସ୍ତା ପିଛା ୨ ୬୬, ୫୦ ପଇସା ପରିବର୍ତ୍ତେ ଚାଷୀ ୩୦୦ରୁ ୪୦୦ ଟଙ୍କା ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ବିଭିନ୍ନ ସ୍ଥାନରେ ସାରର ବ୍ୟାପକ କଳାବଜାରୀ ହେଉଛି । ବର୍ତ୍ତମାନ ଆମ୍ଭ ଜିଲ୍ଲାରେ ଯେତିକି ପରିମାଣର ୟୁରିଆ, ଡିଏପି, ଏନପିକେ, ଏମଓପି ସାର ଚାଷୀଙ୍କୁ ଯୋଗାଇ ଦେବା କଥା ଏ ପର୍ଯ୍ୟନ୍ତ ସେତିକି ପରିମାଣର ସାର ଚାଷୀ ପାଇ ପାରିନାହାନ୍ତି । ଏଣୁ ଏହି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଗତ ଅଗଷ୍ଟ ୨ ତାରିଖ ଦିନ ପିସିସି କିଷନ କଂଗ୍ରେସ ପକ୍ଷରୁ ଓଡ଼ିଶାର ମହାମହୀମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏଣୁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି କି, ଜିଲ୍ଲାର ଚାଷୀମାନଙ୍କୁ ଖରିଫ୍ ଚାଷ ​​ପାଇଁ ଆବଶ୍ୟକ ପରିମାଣର ସାର ନିଦ୍ଧାରିତ ମୂଲ୍ୟ ସମୟରେ ଯୋଗଇଦେବାର ସୁବ୍ୟବସ୍ଥା କଲେ ଚାଷୀଭାଇମାନେ ଚିରବାଧିତ ହେବେ । ଏହି ଦାବି ପତ୍ର ପ୍ରଦାନ ସମୟରେ ବୃନ୍ଦାବନ ଖଟେଇ, ପୀତବାସ ପଣ୍ଡା, ପ୍ରମୋଦ ଜେନା, ଭୋକାଲି ସେଠୀ, ସାଇ ପ୍ରସାଦ ପାତ୍ର, ବିଚିତ୍ରା ନନ୍ଦ ବେଵର୍ତା, ସଂଗ୍ରାମ ରାଉତ, ଶ୍ରୀକାନ୍ତ ପାତ୍ର, ପ୍ରସନ୍ନ ସାହୁ, ସୁବାସ ଚନ୍ଦ୍ର ବେହେରା, ପର୍ଶୁରାମ ପାତ୍ର, ବନମାଳୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା