କଂଗ୍ରେସ୍‌ ପରଦା ପଛରେ ରହିଛନ୍ତି କି ପ୍ରିୟଙ୍କା ?

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )କଂଗ୍ରେସ୍‌ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଝିଅ ଓ କଂଗ୍ରେସ ପ୍ରମୁଖ ରାହୁଲ୍‌ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କର ଆଜି ଜନ୍ମଦିନ। ୧୨ ଜାନୁଆରୀ ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ ପ୍ରିୟଙ୍କା। ତାଙ୍କୁ ଆଜି ୪୭ ପୂରିଛି। ଜେଜେମା ତଥା ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭଳି ଅବିକଳ ଦିଶୁଥିବା ଭାରତର ଏହି ଚର୍ଚ୍ଚିତ ଚେହେରା କେବେହେଲେ ନିର୍ବାଚନ ଲଢି ନାହାନ୍ତି, ଏ କଥା ସତ କିନ୍ତୁ ଭାରତୀୟ ରାଜନୀତିରେ କଂଗ୍ରେସ ଦଳର ଗୋଟି ଚାଳନାରେ ତାଙ୍କର ହିଁ ହାତ ଅଛି ବୋଲି ସବୁବେଳେ ଚର୍ଚ୍ଚା ହୁଏ। ସତ କହିବାକୁ ଗଲେ ପ୍ରିୟଙ୍କା ହେଉଛନ୍ତି ଭାରତୀୟ କଂଗ୍ରେସ ପାଇଁ ପରଦା ପଛର ନାୟିକା।ସେ ସକ୍ରିୟ ରାଜନୀତିରେ ନ ଥିଲେ ମଧ୍ୟ ପରଦା ପଛରେ ରହି ଏକ ନେତାଙ୍କ ପରି କଂଗ୍ରେସ ପାଇଁ ସେ କାମ କରିଥାନ୍ତି। ନିକଟରେ କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ସଲମାନ୍ ଖୁର୍ସିଦ୍‌ ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ଗେମ୍‌ ଚେଞ୍ଜର୍‌ ବୋଲି କହିଥିଲେ ଏବଂ ୨୦୧୯ ନିର୍ବାଚନରେ ପ୍ରିୟଙ୍କା କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଟିପ୍ପଣୀ କରିଥିଲେ।