ଆଜି ଆଉ କିଛି ଆଶା ନାହିଁ….

ବଢ଼ିରେ କେବେ ନଈ କୂଳ ଲଙ୍ଘିଲା
ଆବଦ୍ଧ ନଈ ର କେବେ ବନ୍ଧ ଭାଙ୍ଗିଲା
କେବେ ଦିନେ ତମ ସହ ଦେଖା ହୋଇଥିଲା
ପ୍ରଥମ ଦେଖା ହିଁ ତମ ସହ ପ୍ରେମ ନାଁ ଥିଲା
ଏବେ ସେ ଦିନ ବାର ତିଥି ମନେ ନାହିଁ,
ଏକ ଅନ୍ତର୍ମୁଖୀ ରକ୍ଷଣଶୀଳ ଜୀବନ
ଚାରି କାନ୍ଥ ର ପାଚେରୀ ଡେଇଁ ମନ
ସ୍ୱାଧୀନ ହେଲା
ସ୍ଵଭାବତଃ ମେଳାପୀ ମୁକ୍ତ ବହିର୍ମୁଖୀ
ସ୍ୱାଧୀନ ପକ୍ଷୀଟେ ସହ ଅବାଧ ମୁକ୍ତ ଜୀବନ
ବିତେଇବାର ସ୍ବପ୍ନ ଦେଖିଲା
ମନେ ନାହିଁ , ମନେ ନାହିଁ
ଦୁଇ ବିପରିତମୁଖୀ ଜୀବନ
କେମିତି ସାଲିସ କରିଗଲା
ଗତାନୁଗତିକ ସମସ୍ୟା କୁ ନିଜ ବ୍ୟକ୍ତିତ୍ୱ ଭାବି
ଏବେ ଆଉ ମନେ ନାହିଁ,
ଖାଲି ମନେ ଅଛି ଭାବ ର ମୁକ୍ତ ପରିପ୍ରକାଶ
ପାଇଁ ଲାଗିଥିବା କଡା ନିର୍ଦ୍ଦେଶାବଳୀ,
କଟକଣା ଶହେ ଚଉରାଳିଶ ଧାରା
ସବୁ କିବା ତା ପାଇଁ ସଜଡ଼ା ଥିଲା,
ଏକ ପ୍ରତିବାଦର ଧାରା
ସୁପ୍ତ ଆଗ୍ନେୟଗିରି ର ଲାଭା ଉଦ୍ଗିରଣ ପରି
ବିସ୍ଫୋରକ ଜ୍ବାଳାମୁଖୀ
ଅଥଚ ଚୁପଚାପ ଆଗ୍ନେୟଗିରି ପାଲଟି ଗଲା
ମନେ ନାହିଁ
ଏଣେ ପ୍ରେମର ମୂଳଦୁଆ ଖୁବ ଦୃଢ଼
ସଶକ୍ତ ହୋଇଯାଇଥିଲା କାହା ନିର୍ଦ୍ଦେଶକୁ
ନ ମାନି, ଝଡ଼ ଆସିଥିଲା କୌଣସି ବାର୍ତ୍ତା ନ ଦେଇ।

ଲେଖକ : ତପସ୍ୱିନୀ ଦାଶ,ବାରିପଦା,ମୟୁର ଭଞ୍ଜ