ଓଭର ବ୍ରିଜ ଉପରେ ଦୁର୍ଘଟଣା : ଅଳ୍ପକେ ବର୍ତୀଲେ ଯାତ୍ରୀ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସହର ସ୍ଥାନୀୟ ଓଭର ବ୍ରିଜ଼ ଉପରେ ଏକ ବଡ଼ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତୀ ଯାଇଛନ୍ତି ଯାତ୍ରୀ । ଆଜି ଅପରାହ୍ନ ସମୟରେ ଗୋଟେ ବୋଲେରୋ ଜୟପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ଓଭର ବ୍ରଜ଼ ଉପରେ ଆସୁଥିଲା । ଏହି ସମୟରେ ଓଭର ବ୍ରିଜ ଉପରେ ଏକ ବୁଲଣି ନିକଟରେ ଟ୍ରକଟି ବୋଲେରୋକୁ ସାଇଡ ପଟୁ ଧକ୍କା ଦେଇଥିଲା । ଟ୍ରକଟି ଦ୍ରୁତ ଗତିରେ ଥିବାରୁ ଧକ୍କା ଫଳରେ ବୋଲେରୋ ପାର୍ଶ୍ୱ ଚେପା ହୋଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ବୋଲେରରେ ବାସିଥିବା ୩ଜଣ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତୀ ଯାଇଥିଲେ । ଘଟଣା ପରେ ଉକ୍ତ ରାସ୍ତାରେ ଯାତାୟତ ଠପ ହୋଇପଡିଥିଲା । ଖବର ପାଇ ରାୟଗଡ଼ା ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇବା ସହ ଟ୍ରକକୁ ଜବତ କରି ଚାଳକକୁ ଅଟକ ରଖିଥିବା ସୂଚନା ମିଳିଛି । ଅନ୍ୟପଟେ ପ୍ରତି ତିନିମାସରେ ଓଭର ବ୍ରିଜ ମରାମତି କରାଯାଉଥିବା ବେଳେ ବାରମ୍ବାର ଖଳାଖମରେ ପରିପୂର୍ଣ୍ଣ ହୋଇଯାଉଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଓଭରରେ ବଡ଼ ବଡ଼ ଗର୍ତ ଥିବା ଯୋଗୁଁ ଦୁର୍ଘଟଣା ହେବାର ଅଧିକ ଆଶଙ୍କା ରହିଛି । ଯଥାଶୀଘ୍ର ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବଡ଼ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଆଲୋଚନା ହୋଇଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ