ଓଡିଆ ମୋ ପରିବାର ପକ୍ଷରୁ ବୃକ୍ଷରୋପଣ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱ ପରିବେଶକୁ ସନ୍ତୁଳିତ ରଖିବା ଲାଗି ବୃକ୍ଷ ରୋପଣ ଏକମାତ୍ର ବିକଳ୍ପ ବୋଲି ବାଲେଶ୍ୱର ଜିଲାର ଜଳେଶ୍ୱର ସ୍ଥିତ ଅଗ୍ରୱାଲା ସୀମାନ୍ତ ବିଦ୍ୟାଳୟରେ ଆଜି ରବିବାର ଅପରାହ୍ନରେ ବୃକ୍ଷରୋପଣ କରି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି । ସମସ୍ତେ ଅତିକମ୍‌ରେ ୫ଟି ବୃକ୍ଷ ରୋପଣ କରିବା ଉଚିତ୍ ବୋଲି ସେ କହିଥିଲେ । ଓଡିଆ ମୋ ପରିବାର ପକ୍ଷରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଜେଡି ଯୁବ ସଭାପତି ଆନନ୍ଦ କର, ବିନ୍ଦୁବାଳା ନନ୍ଦୀ, ମଧୁସୂଦନ ସେନାପତି, ଚନ୍ଦନ କର, ରାସବିହାରୀ ରଣା, ସୂରଜ ଚୌରାସିଆ ପ୍ରମୁଖ ଯୋଗ ଦେଇଥିଲେ ।