ଓଡ଼ିଶା ଡେଭଲପମେଣ୍ଟ ଫୋରମ ପକ୍ଷରୁ ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଓ ଗଞ୍ଜାମ ଜିଲ୍ଲାର ଦୃତ ବିକାଶ ପାଇଁ ବାଚସ୍ପତିଙ୍କୁ ସ୍ମାରକ ପତ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଠାରେ ଗ୍ରୀନ ଫିଲ୍ଡ ଡୋମେଷ୍ଟିକ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା, ଗଞ୍ଜାମ ଜିଲ୍ଲାରେ ଦୃତ ଶିଳ୍ପାୟନ, ରେଳପଥ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ୧୫ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ତରଫରୁ ଦାବି କରାଯାଉଛି ଓ ଗତ ୬ ମାସହେଲା ପ୍ରତିବାଦ ସଭା, ରାଲି, ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଜନ ସଚେତନତା ସଭା, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବରିଷ୍ଠ ଅଧିକାରୀ, ଲୋକ ପ୍ରତିିନିଧି ଓ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ଚାଲୁ ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହିସବୁ ଦାବିର ଅଗ୍ରଗତି ସମ୍ପର୍କରେ କୌଣସି ସୂଚନା ମିଳି ପାରି ନ ଥିବାରୁ ଏହି ଦାବି ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପୁଣି ଅବଗତ କରାଇବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଓ ଅନ୍ୟ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ଗତ ଦିନରେ ବ୍ରହ୍ମପୁର ସାଂସଦ, ବିଧାୟକ, ଆସିକା ସାଂସଦ ଓ ଅନ୍ୟ ଲୋକ ପ୍ରତିନିଧିଙ୍କୁ ଭେଟିଥିବା ବେଳେ ସେହି କ୍ରମରେ ଆଜିି ଓଡ଼ିଶା ବିଧନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଗ୍ରୀନ ଫିଲ୍ଡ ଡୋମେଷ୍ଟିକ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା, ଗଞ୍ଜାମ ଜିଲ୍ଲାରେ ଦୃତ ଶିଳ୍ପାୟନ, ରେଳ ବିଭାଗ ଦ୍ଵାରା ସଦା ଅବହେଳିତ ହେଉଥିବା ଗଞ୍ଜାମ ଜିଲ୍ଲାରେ ରେଳ ପଥର ବିକାଶ ଓ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଦୃତ ବିକାଶ ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢୀ, ବହୁମୁଖି ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଗଣସଂଗଠନର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶୀଳ ଉତ୍କଳ ସମାଜ ଗଣସଂଗଠନର ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ, ଓଡ଼ିଶା ଡେଭଲପମେଣ୍ଟ ଫୋରମର ବରିଷ୍ଠ ସଦସ୍ୟ ଭି. ସୋମେଶ୍ୱର ରାଓ, ଅଜୟ ସାହୁ, ପ୍ରୀତିଶ୍ ପାଣିଗ୍ରାହୀ, ଅବିଭାବକ ମହାସଂଘର ମଧୁସୂଦନ ସାହୁ, Divine Charityର ବିରଞ୍ଚି ନାରାୟଣ ସାହୁ ଓ ଅନ୍ୟ ଗଣସଙ୍ଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ୟୁଡିଡିଏଏନ(UDDAN) ଯୋଜନା ଅନ୍ତର୍ଗତ ରାଉରେକଲା (ଯାହା ଝାରର୍ସୁଗୁଡା ବିମାନ ବନ୍ଦର ଠାରୁ ମାତ୍ର ୯୦ କିମି ଦୂରେର ଅବସ୍ଥିତ), ଉତ୍କେଲା, ପୁରୀ ଯାହା ଭୁବନେଶ୍ଵର ଠାରୁ ମାତ୍ର ୫୯ କିଲୋ ମିଟର ଦୂରରେ ଅବସ୍ଥିତ, ପାରାଦ୍ୱୀପ, ଜୟପୁର ଭଳି ଛୋଟ ଛୋଟ ସହରରେ ସରକାର ବିମାନ ବନ୍ଦର ପ୍ରତିଷ୍ଠା କରୁଛନ୍ତି, କିନ୍ତୁ ବ୍ରହ୍ମପୁର ମହାନଗର ଯାହା ଓଡିଶାର ଦ୍ଵିତୀୟ ବୃହତ୍ତମ ସହରୀ କ୍ଲଷ୍ଟର ଏବଂ ଭାରତର ପୂର୍ବ ଉପକୂଳର ଏକ ଉଦୀୟମାନ ସହର ସେଠି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବିମାନ ଚଳାଚଳ ବିଭାଗ ଏବଂ ଓଡିଶା ସରକାର ମିଳିତ ଭାବେ ପାତର ଅନ୍ତର ନିତି ଅବଲମ୍ବନ କରୁଥିବାରୁ ଫୋରମର ସଦସ୍ୟଗଣ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହିସବୁ ବିଷୟ ଉପରେ ଜିଲ୍ଲାର ବିଧାୟକ ବିଧାନ ସଭାରେ ଚର୍ଚ୍ଚା କରି ସମାଧାନର ରାସ୍ତା ବାହାର କରିବା ପାଇଁ ମାନନୀୟ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଓ ତ୍ୱରିତ ବିକାଶ ପାଇଁ ସେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗଞ୍ଜାମ ଜିଲ୍ଲାର ଜନପ୍ରତିନିଧିଙ୍କୁ ଦାବିପତ୍ର ପ୍ରଦାନ କରି ବ୍ରହ୍ମପୁର ଠାରେ ବିମାନ ବନ୍ଦର ଓ ଶିଳ୍ପ ପ୍ରତିଷ୍ଠାକୁ ତ୍ବରାନ୍ବିତ କରିବା ଓ ସରକାରି ଅବେହଳାରୁ ଜିଲ୍ଲାକୁ ମୁକ୍ତ କରିବା ଲକ୍ଷରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ ପକ୍ଷରୁ ଏହି ପଦକ୍ଷପ ନିଆଯାଉଛି ।