ଓଡ଼ିଶାରେ ଧର୍ମଧାର ଜନତାଙ୍କୁ ବହୁ ଭାବେ ପ୍ରଭାବିତ କରି ଆସିଛି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଜୈନ, ବୁଦ୍ଧ, ନାଥ ଧର୍ମ, ଶିବ, ଶାକ୍ତ, ବୈଷ୍ଣବ, ପଞ୍ଚସଖା,ମହିମା ଧର୍ମ,ଜଗନ୍ନାଥ ଧର୍ମ କ୍ରମେ ଓଡ଼ିଶାରେ ପ୍ରଚାରିତ ପ୍ରସାରିତ ହୋଇ ମାନବ ସମାଜ କୁ ପ୍ରଭାବିତ କରିଛି l ଥିଙ୍କର୍ଶ୍ କ୍ଳବ୍ ର ୭୯ ତମ ଆଭlସି ଆଲୋଚନା ରେ ମୁଖ୍ୟ ବକ୍ତା ଭାବେ ବାରଙ୍ଗ କେ ଏମ ବି ବି କଲେଜ ର ଅଧ୍ୟକ୍ଷ ଡ୍ ବୈରାଗୀ ଚରଣ ପଟ୍ଟନାୟକ ଯୋଗଦେଇ କହିଲେ ଯେ ଶୂନ୍ୟବlଦ, ଗୁରୁବାଦ ଓ ମାନବ ବାଦ କଥା କହି ମହିମା ଧର୍ମ ଓଡ଼ିଶାର ନିଜସ୍ଵ ଧର୍ମ ଭାବେ ସାରା ବିଶ୍ବ କୁ ପ୍ରଭାବିତ କରିଛି l ସନ୍ଥ କବି ଭୀମ ଭୋଇ ରଚିତ , ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ି ଥାଉ , ଜଗତ ଉଦ୍ଧାର ହେଉ ଏକମାତ୍ର ଓଡ଼ିଆ କବିତା ଆଜି ପାର୍ଲିଆମେଣ୍ଟ ଓ ଜାତି ସଂଘ ରେ ସ୍ଥାନ ପାଇ ଓଡ଼ିଆ ଭାଷା ର ଗୁରୁତ୍ଵ ବୃଦ୍ଧି କରିଛି l ଡ ପ୍ରସନ୍ନ କୁମାର ପାଟ୍ଟଶାଣୀ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ମନ୍ଦିର ଓଡ଼ିଆ ଭାଷା ର ଗୌରବ ସମ୍ପର୍କରେ ମନ୍ତବ୍ୟ ଦେଇ ଥିଲେ l ଥିଙ୍କର୍ଶ୍ କ୍ଳବ୍ ର ସଭାପତି ବରଦା ଦାସ ସଭାପତିତ୍ବ କରି କହିଲେ ଯେ ଧର୍ମ ନିରପେକ୍ଷ ରାଷ୍ଟ୍ର ରେ ଧର୍ମ ଧାରା ଜନ ମନ୍ କୁ ଯୁଗେ ଯୁଗେ ପ୍ରଭାବିତ କରି ଆସିଅଛି l ବୈଦିକ ଓ ମହିମା ଧର୍ମ ମଧ୍ୟରେ କିଛିଟା ସାମଞ୍ଜସ୍ୟ ରହିଥିବା ବେଳେ ଜଗନ୍ନାଥ ଧର୍ମ ସଂପ୍ରତି ମାନବ ସମାଜ କୁ ପ୍ରଭାବିତ କରି ରଖିଛି ବୋଲି ଶ୍ରୀ ଦାସ କହିଥିଲେ l ପ୍ରଫେସର ଉମାଶଙ୍କର ମିଶ୍ର, ଚିତ୍ତ ରଂଜନ ଶତପଥୀ,ଡ୍ ରଜତ ଶତପଥୀ,ପ୍ରଫେସର ମୋନିକା ଦାସ, ଡ ପୁଷ୍ପଞ୍ଜଳି ପରିଡ଼ା, ଇ ଶିରିଶ୍ ସାହୁ,କେ ଏନ୍ ବିଶ୍ଵାଳ,ମନ୍ମଥ ପାଣି, ନିମାଇଁ ସ୍ୱାଇଁ, ପ୍ରମୋଦ ଶତପଥୀ, ରମେଶ ପ୍ରଧାନ, ଆଡଭୋକେଟ ମିଲନ କୁମାର ବଡୁ, ଇ ସୁଧାକର ପତ୍ରୀ,ରସାନନ୍ଦ ପଣ୍ଡା, ସୁବାସ ସାହୁ ଓ ୟୁ ଟ୍ୟୁବ୍ ରେ ଅନେକ ବ୍ୟକ୍ତି ବିଭିନ୍ନ କୋଣରୁ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ବାସନ୍ତି ସିଂହ ଧନ୍ୟବାଦ୍ ଅର୍ପଣ କରି ଥିଲେ l

ରିପୋର୍ଟ : ବରଦା ଦାସ, ସଭାପତି, ଥିଙ୍କର୍ସ କ୍ଳବ୍