ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆସିକା(ସମୃଦ୍ଧ ଓଡିଶା) ସମୟାନୁବର୍ତ୍ତିତା, ନିୟମିତତା ଏବଂ ଆନ୍ତରିକତା ହିଁ ଆଦର୍ଶ ବିଦ୍ୟାର୍ଥୀର ମୂଳମନ୍ତ୍ର ବୋଲି ମତପ୍ରକାଶ କଲେ ବକ୍ତାମାନେ I ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଏବଂ ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ବିଜ୍ଞାନ, କଳା, ବାଣିଜ୍ୟ ତଥା ଧନ୍ଦାମୂଳକ ବିଭାଗୀୟ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ବତନ୍ତ୍ର ରୂପେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ବିଦ୍ୟାଳୟ ପରିସର, ଶ୍ରେଣୀଗୃହ, ପ୍ରୟୋଗଶାଳା, ପୁସ୍ତକାଳୟ, ଛାତ୍ରଛାତ୍ରୀଙ୍କ ପଠନ କୋଠରୀ, ବାଳକ ତଥା ବାଳିକାଙ୍କ ସାଧାରଣ ପ୍ରକୋଷ୍ଠ, ଖେଳ ପଡିଆ ଇତ୍ୟାଦିର ସୁପରିଚାଳନା, ସ୍ବଚ୍ଛତା, ଅନ୍ୟାନ୍ୟ ପଠନ ସମ୍ବନ୍ଧୀୟ କାର୍ଯ୍ୟକଳାପ ତଥା ଶାନ୍ତି-ଶୃଙ୍ଖଳାର ପରିବେଶକୁ କିପରି ସୂଚାରୁରୂପେ ନିର୍ବାହ କରିପାରିବେ, ସେଥି ପ୍ରତି ଛାତ୍ରଛାତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସମସ୍ତେ ଆଗନ୍ତୁକ ଛାତ୍ରଛାତ୍ରୀମାନଙ୍କୁ ସମୟାନୁବର୍ତ୍ତିତା, ନିୟମିତତା ଏବଂ ଆନ୍ତରିକତାର ସହ ଅଧ୍ୟୟନ କରିବା ପାଇଁ ପରାମର୍ଶ କରିଥିଲେ। ରିଡର୍ ଡ. ସନ୍ତୋଷ କୁମାର ଚୌଧୂରୀ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଏଲ୍. ଭାନୁଚନ୍ଦ୍ର ରାଓ, ଚନ୍ଦନ ମାରାଣ୍ଡି, ସୂରଜ କୁମାର ପାଣିଗ୍ରାହୀ, ସରୋଜ କୁମାର ପଣ୍ଡା, ରାଜେଶ୍ କୁମାର ସାହୁ, ଅଧ୍ୟାପିକା ଶୈଲ କୁମାରୀ ଝା ସହାୟତା କରିଥିଲେ। ସେହିପରି ଅନୁରୂପ କଳା ବିଭାଗରେ ପ୍ରଶାସନିକ ଅଧିକାରୀ ଡ. ଶଂକର ପ୍ରସାଦ ଅଧିକାରୀ ଏବଂ ସହ ପ୍ରଶାସନିକ ଅଧିକାରୀ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ରିଡର୍ ଡ. ସ୍ମିତାରାଣୀ ପଣ୍ଡା, ଅଧ୍ୟାପିକା ଡ. ସସ୍ମିତା ପାତ୍ର, ସୁଶ୍ରୀ ମିନତି ବେହେରା, ଅଧ୍ୟାପକ ପବିତ୍ର ଧଙ୍ଗଡମାଝୀ, ଅନିଲ୍ କୁମାର ପ୍ରଧାନ, ଦେବବ୍ରତ ସାହୁ, ସୁଶ୍ରୀ ସାପା ରଂଜିତା ରାଣୀ, ଶୁଭେନ୍ଦୁ କୁମାର ରଥ, ଦୟାନିଧି ବଡରଇତ, ଅଜିତ୍ କୁମାର ମୁନୀ ସହାୟତା କରିଥିଲେ। ସେହିପରି ବାଣିଜ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କୁ ରିଡର୍ ଡ. ବସନ୍ତ କୁମାର ଆଚାରୀ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ମଞ୍ଜୁ ଡାକୁଆ, ଅଧ୍ୟାପକ ସାରଥି ଗୋମାଙ୍ଗୋ, ପ୍ରିୟବ୍ରତ ପ୍ରଧାନ, ରାଜେନ୍ଦ୍ର ଗୌଡ଼ ସହାୟତା କରିଥିଲେ। ସେହିପରି ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ବିଭାଗ ମୁଖ୍ୟ ସୁଧୀର କୁମାର ସାହୁ, ଅଧ୍ୟାପିକା ପଦ୍ମା ମଲ୍ଲିକ, ସୁଶ୍ରୀ କୁନିକା ଦାଶ ସହାୟତା କରିଥିଲେ। ଏଥିରେ ପ୍ରାୟ ଶତାଧିକ ନବାଗତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏହି ଭବ୍ୟ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କ ଅବିଭାବକ ମହଲ ତରଫରୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ