ଓଏଏସ ପରୀକ୍ଷାରେ ୨୧୮ଜଣ ପ୍ରାର୍ଥୀ କୃତକାର୍ଯ୍ୟ : ଦେବାଶୀଷ ପଣ୍ଡା ଟପ୍ପର…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷାରେ ୨୧୮ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୭୨ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଦେବାଶୀଷ ପଣ୍ଡା ଟପ୍ପର ହୋଇଥିବାବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୬ଜଣ ଝିଅ ଅଛନ୍ତି। କୃତକାର୍ଯ୍ୟ ହୋଇଥିବା ଏହି ପ୍ରାର୍ଥୀମାନେ ଓଡ଼ିଶା ସରକାରଙ୍କ ଗ୍ରୁପ-ଏ ଓ ଗ୍ରୁପ୍-ବି ବର୍ଗରେ ଚାକିରି କରିବାର ସୁଯୋଗ ପାଇବେ। ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ୨୦୧୮ ମସିହା ପାଇଁ ଅନୁଷ୍ଠିତ ଏହି ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ନଭେମ୍ବର ମାସରେ ଏହି ପ୍ରଶାସନିକ ସେବାର ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟ୍ ଅନୁସାରେ ପରୀକ୍ଷାରେ ଦେବାଶୀଷ ପଣ୍ଡା ଟପ୍ପର ହୋଇଥିବାବେଳେ ତାଙ୍କ ତଳକୁ ଋତୁପୂର୍ଣ୍ଣା ମହାପାତ୍ର, ଆକାଶ କୁମାର ପଣ୍ଡା, ସନ୍ତୋଷିନୀ ଦାଶ, ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଶକ୍ତିଶ୍ରୀ ଅନୀଲରଞ୍ଜନ ସାହୁ, ଶତାବ୍ଦୀ ରାୟ, ଦମୟନ୍ତୀ ସାହୁ, ଶକ୍ତି ମହାପାତ୍ର ଓ ସ୍ମରଣିକା ଟୁଲୋ ଅଛନ୍ତି।