ଏସଏମଆଇଟିର ବିଭିନ୍ନ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ହିଲପାଟଣା ସ୍ଥିତ ବୃନ୍ଦାବନ ନାୟକ ମେମୋରିଏଲ ଆଇଟିସି ଓ ଅଂକୁଶପୁର ସ୍ଥିତ ଡିପ୍ଲୋମା ଇନିନିୟରିଂ, ହିଞ୍ଜିଳିକାଟୁ ସ୍ଥିତ ଏସଏମଆଇଟି ଆଇଟିସିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ଼. ଭଗବାନ ଗନ୍ତାୟତ ସମସ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଗହଣରେ ବିଭିନ୍ନ ସ୍ଥାନରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ସମସ୍ତ ଅନୁଷ୍ଠାନରେ ପୂଜା ପାଠ ଓ ପ୍ରସାଦ ସେବନ ସହ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା