ଏବିଭିପି ପକ୍ଷରୁ ୫୦ଦିନ ଧରି ସେବା କାର୍ଯ୍ୟ ଚାଲିଛି…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ବିଶ୍ୱ କରୋନା ମହାମାରୀର ପ୍ରଭାବରେ ପ୍ରଭାବିତ l ଏହି ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ଦାୟିତ୍ୱବାନ ଛାତ୍ର ସଂଗଠନ ସମାଜ ପ୍ରତି ଥିବା ଦାୟିତ୍ଵକୁ ପାଳନ କରୁଛି l ଏବିଭିପି(ABVP) ଢେଙ୍କାନାଳ ପକ୍ଷରୁ ଜିଲ୍ଲା ସାରା ସେବା କାର୍ଯ୍ୟ ନିରନ୍ତର ଭାବେ ଚାଲୁ ରହିଚି l ସର୍ବପ୍ରଥମେ ସହରର ସ୍ଵଚ୍ଛତା କର୍ମୀଙ୍କୁ ଚା ଓ ଜଳଖିଆ ବଣ୍ଟନ କରାଯାଇ ଧନ୍ୟବାଦ ଦିଆଯାଇଥିଲା l ତାପରେ ଏହି ସମୟରେ ଦେଖାଦେଉଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ ରକ୍ତ ଦାନ ଶିବିର ଆୟୋଜନ କରି ୩୩ଟି ରକ୍ତ ସଂଗ୍ରହ କରା ଯାଇଥିଲା l ଏହି ତାଲାବନ୍ଦର ଏକ ବଡ ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡୁଛି l ତେଣୁ ଏକ ଅଭିନବ ପ୍ରୟାସରେ ଜିଲ୍ଲାର ୫୨ଟି ସ୍ଥାନ – ଢେଙ୍କାନାଳ ଟାଉନ, ସଦର୍ ବ୍ଲକର, ବଡ ପାଲ ଗ୍ରାମ, ଗୋବିନ୍ଦପୁର ପଞ୍ଚାୟତର, ଖମାର ଗ୍ରାମ, ସାଲୁଆଣି ଗ୍ରାମ, କାସୀ ପଦା, ଗୋଡ଼ି ସାହି, କୁଶପଦା, ଜୁଆଙ୍ଗ ସାହି ଖମାର, ବିଜିପୁର, କଣ୍ଟିଇକୋଲିଆ ଜୁଆଙ୍ଗ ସାହି, ହୁଣ୍ଡି ସାହି, ନୂଆ ସାହି, ବାରବାଙ୍କ, ତାରେଣୀ ସାହି, କାଉଚି, କୁଶୁମ ସାହି, ମୁଣ୍ଡା ସାହି, କାଇମାଟି ଗ୍ରାମ ପଞ୍ଚାୟତର କଇଁସ, ଲୁଚାପଳି, କୁକୁଡାଝରି, ଲୁଚାପଲି ଉପରସାହି, ମୁଣ୍ଡା ସାହି, କଣ୍ଟିକୋଳିଆ, କୁଆଖାଇକଟନୀ ଗ୍ରାମ ପଞ୍ଚାୟତର କନ୍ଧପଡ଼ା ଗ୍ରାମ, କଇଁସ ତଳ ସାହି, ଦଧିଖାଇ ଗ୍ରାମ, ସପ୍ତଶଯ୍ୟା ଗ୍ରାମପଞ୍ଚାୟତ ର ବାନା ସାହି, ଦଧିଖାଇ ଗ୍ରାମର ଜୁଆଙ୍ଗ ସାହି, କଙ୍କଡ଼ା ପାଲ ଗ୍ରାମ ପଞ୍ଚାୟତର ମେଘା ତଳ ଜୁଆଙ୍ଗ ସାହି, ତାଲ୍ବରକୋଟର ମାରଙ୍ଗପାଲ ଗ୍ରାମ, ସପ୍ତଶଯ୍ୟାର ନୂଆ ସାହି ଗ୍ରାମ, ଗୋଡ଼ି ସାହି, ସବର୍ ସାହି, ହରିଜନ ସାହି ମାଣିପୁର, ଶୁଆଖାଇକଟନୀ ଗ୍ରାମ ପଞ୍ଚାୟତର ଆସନପଟିଆ, ୧ନଂ ୱାର୍ଡ, କନ୍ଧପଦା ବଡ ସାହି, କୁରୁମଟାଙ୍ଗୁର, ମହୁଲପଦା, ଜୁଆଙ୍ଗ ସାହି କୁରୁମଟାଙ୍ଗର, ଯଦୁପତି ବିହାର, କୁକୁଡାଝରି, ସର ସାହି ସରଂଖ୍ଯା, ମଝି ସାହି, ସାମାଚରଣପୁର୍, ଲୁଚାପଲି ଶରଜଙ୍ଗ ସାହି, ଜୁଆଙ୍ଗ ସାହି କାଇମାଟି, ଗୋପାଳ ସାହି କାଇମାଟି, କଲାଣି ସାହି ବୋରାପଡା, ଭୁବନ ଏନଏସି, l ଏହି ସବୁ ସ୍ଥାନରେ 2700 ଟି ଷ୍ଟୁଡେଣ୍ଟ କିଟ୍ ଯୋଉଥିରେ କି ଅତ୍ୟାବଶ୍ୟକ ପାଠ୍ୟ ଉପକରଣ, ସାବୁନ୍, ମାସ୍କ, Biscuit, chocolate ବଣ୍ଟନ କରାଯାଇ କରୋନା ବିଷୟରେ ସଚେତନତା କାର୍ଯ୍ୟକ୍ରମ କରା ଯାଇଛି l ଏହା ସହ ଏହି ସମୟରେ 1400 ଟି ଶୁଖିଲା ଖାଦ୍ୟ ପୁଡିଆ ଅସହାୟ ଲୋକଙ୍କୁ ବଣ୍ଟନ କରା ଯାଇଚି ଏଥି ସହ ବୁଲା ଗାଈ ଗୋରୁଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି l Kurumtanguraର ଜୁଆଙ୍ଗ ସାହି ଯାହାକି ଏକ ଦୂଷିତ ଅଞ୍ଚଳ ସେଠାରେ ପହଂଚି ରନ୍ଧା ଖାଦ୍ୟ ରାସନ ସମାଗ୍ରୀ ବଣ୍ଟନ କରାଯାଇଛି ଏଥି ସହ ଆଜି 50 ତମ ଦିନରେ ବଳଦିଆ ବନ୍ଧ ଗ୍ରାମ ପଞ୍ଚାୟତର ଖଜୁରିଆ ଗ୍ରାମର ମୁଣ୍ଡା ସାହିରେ ରନ୍ଧା ଖାଦ୍ୟ, ରସନ୍ ସମାଗ୍ରୀ, ସାବୁନ୍, mask ବଣ୍ଟନ କରାଗଲା l ଏଥି ସହ ଲାଦାଖ୍ ସୀମାରେ ସହିଦ୍ ହୋଇଥିବା ଯବାନ ମାନକୁ srdhanajali ଦିଆଗଲା ବୋଲି ଢେଙ୍କାନାଳ ସମ୍ପାଦକ arijeet Pattanaik ସୂଚନା ଦେଇଛନ୍ତି l ଜିଲ୍ଲା ସଂଯୋଜକ ବି ସୂର୍ଯ୍ୟ ରୋଶନ, ସିଦ୍ଧାର୍ଥ ଜେନା, ଅରୂପ ପଟ୍ଟନାୟକ, ସୂର୍ଯ୍ୟମଣୀ ଜେନା, ସ୍ମୃତି ରଞ୍ଜନ ସାହୁ, ନଗେନ୍ ନାୟକ, ସୋମେନ୍ ଧିର ଦେଓ, ଶ୍ରୀକୃଷ୍ଣ ମହାନ୍ତି, ଶିବ ସାଇ ତ୍ରିପାଠୀ, ଅଭିନବ ବେହେରା, ମନୋଜ ନନ୍ଦ, ବଦ୍ରି ବିଶାଳ ରୋଶନ, ବିଶ୍ୱଜିତ୍ ବାରିକ, ଅମିତ୍ କୁମାର ପଣ୍ଡା, ଅମ୍ରିତ ଅଭିଷେକ ଦାସ, ହରମୋହନ ବେହେରା ପ୍ରମୁଖ ସେବା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି l

ରିପୋର୍ଟ : ଶୁଭମ ପାଣି